Latest Odisha News

BREAKING NEWS

ଆଜି ଶ୍ରୀମନ୍ଦିରରେ ଦୟଣା ଚୋରି ନୀତି

ପୁରୀ : ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି ତଥା ହୁନୁମାନ ଜୟନ୍ତୀ । ଏନେଇ ଜଗନ୍ନାଥ ବଲ୍ଲଭ ମଠ ପରିସରରେ ଦୟଣା ଚୋରି ନୀତି ଅନୁଷ୍ଠିତ ହେବ । ଶ୍ରୀମନ୍ଦିର ସମେତ ମଠ ପରିସରରେ ଦୟଣା ଚୋରି ନୀତି ସମ୍ପନ୍ନ ହେବ ।

ଗୁରୁବାର ସକାଳୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମଧୁବନ ନାଗାପାଟଣା ନିବାସୀ ପ୍ରଶାନ୍ତ ପାଣିଙ୍କ ଘର ବଗିଚାରୁ ଦୟଣା ଗଛ ସଂଗ୍ରହ କରାଯିବ ।ପୂର୍ବରୁ ଜଗନ୍ନାଥ ବଲ୍ଲଭ ମଠ ପରିସରରେ ଦୟଣା ଗଛ ଥିଲା ।ହେଲେ ରକ୍ଷଣା ବେକ୍ଷଣା ଅଭାବରୁ ସେସବୁ ନଷ୍ଟ ହୋଇଯାଇଥିଲା । ଫଳରେ ବହୁ ବର୍ଷ ହେଲା ପ୍ରଶାନ୍ତ ପାଣିଙ୍କ ଘରୁ ଦୟଣା ଗଛ ଆସୁଛି ।ମହାପ୍ରଭୁଙ୍କ ବିଭିନ୍ନ ନିତିକାନ୍ତି ସମାପନ ପରେ ଏହି ଦୟଣା ଚୋରି ନୀତି ଅନୁଷ୍ଠିତ ହେବ ।

Comments are closed.