Latest Odisha News

BREAKING NEWS

ଗଣେଶ ଚତୁର୍ଥୀରେ ହୋଇପାରେ ଭାରତ-ଆଫଗାନିସ୍ତାନ ଟି୨୦ ମ୍ୟାଚ

ନୂଆଦିଲ୍ଲୀ: ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଆଗାମୀ ଟି୨୦ ସିରିଜ କାର୍ଯ୍ୟସୂଚୀରେ ପରିବର୍ତ୍ତନ ହୋଇପାରେ । ଆଫଗାନିସ୍ତାନ କ୍ରିକେଟ୍ ବୋର୍ଡ  ସେପ୍ଟେମ୍ବର ୧୪ ତାରିଖରେ ପଡ଼ୁଥିବା ଗଣେଶ ଚତୁର୍ଥୀ ଦିନ ଗୋଟିଏ ମ୍ୟାଚ୍ ଆୟୋଜନ କରିବା ପାଇଁ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ ସହ ଆଲୋଚନା ଆରମ୍ଭ କରିଛି । ସୂଚନାଯୋଗ୍ୟ, ଏହି ସିରିଜ୍‌ର ସମସ୍ତ ୩ଟି ଯାକ ମ୍ୟାଚ୍ ନୂଆଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମ୍‌ରେ ଖେଳାଯିବ । ନୂଆ ପ୍ରସ୍ତାବ ଅନୁଯାୟୀ, ସେପ୍ଟେମ୍ବର ୧୩ କିମ୍ବା ୧୫ ତାରିଖର ମ୍ୟାଚ୍‌କୁ ସେପ୍ଟେମ୍ବର ୧୪ (ଗଣେଶ ଚତୁର୍ଥୀ) କୁ ଘୁଞ୍ଚାଯିବା ପାଇଁ ବିସିସିଆଇକୁ ଅନୁରୋଧ କରାଯାଇଛି ।

ବିସିସିଆଇ ଏହି ପ୍ରସ୍ତାବରେ ସହମତି ପ୍ରକାଶ କଲେ ହିଁ ନୂଆ ତାରିଖ ଆନୁଷ୍ଠାନିକ ଭାବେ ଘୋଷଣା କରାଯିବ । ଫ୍ୟୁଚର ଟୁଅର୍ସ ପ୍ରୋଗ୍ରାମ  ଅନୁଯାୟୀ, ଏହା ଆଫଗାନିସ୍ତାନର ନିଜସ୍ୱ ହୋମ୍ ସିରିଜ । ମାତ୍ର ନିଜ ଦେଶରେ ପରିସ୍ଥିତି ଅନୁକୂଳ ନଥିବାରୁ ଆଫଗାନିସ୍ତାନ ପୂର୍ବପରି ଭାରତକୁ ନିଜର ହୋମ୍ ଗ୍ରାଉଣ୍ଡ ଭାବେ ବ୍ୟବହାର କରି ଏହି ଆନ୍ତର୍ଜାତୀୟ ସିରିଜ୍ ଆୟୋଜନ କରୁଛି ।ସେପ୍ଟେମ୍ବର ମାସରେ ଭାରତୀୟ ଦଳର ବାଂଲାଦେଶ ଗସ୍ତକୁ ନେଇ ଅନିଶ୍ଚିତତା ଲାଗିରହିଛି । ପୂର୍ବରୁ ସ୍ଥଗିତ ରହିଥିବା ଏହି ସିରିଜ୍‌କୁ ପୁନର୍ବାର ଆରମ୍ଭ କରିବା ପାଇଁ ବାଂଲାଦେଶ ବୋର୍ଡ ଆଶାବାଦୀ ଥିଲେ ସୁଦ୍ଧା,ବିସିସିଆଇ ଏଥିପାଇଁ ଭାରତ ସରକାରଙ୍କ ଅନୁମତି ପାଇବା ପରେ ହିଁ କୌଣସି ଅନ୍ତିମ ନିଷ୍ପତ୍ତି ନେବ । ତେବେ ବର୍ତ୍ତମାନ ପାଇଁ ସେପ୍ଟେମ୍ବର ମାସରେ ଆଫଗାନିସ୍ତାନ ବିପକ୍ଷ ଟି୨୦ ସିରିଜରେ ଭାରତ ଖେଳିବା ନିଶ୍ଚିତ ହୋଇଛି ।

Leave A Reply

Your email address will not be published.