Latest Odisha News

BREAKING NEWS

ବିପଦ ସଙ୍କେତ ଟପିଲା ବୈତରଣୀ;ତଳିଆ ଅଞ୍ଚଳବାସୀଙ୍କ ମଧ୍ୟରେ ଭୟ

ପାଟଣା: ଗୁରୁବାର ଅପରାହ୍ନରେ ପାଟଣା ଅଞ୍ଚଳରେ ବୈତରଣୀ ନଦୀ ବିପଦ ସଙ୍କେତ ଟପିଥିବାରୁ ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି । ବୈତରଣୀ ନଦୀର ବିପଦ ସଙ୍କେତ ୩୧୧.୧୦ ମିଟର ଥିବାବେଳେ ଗୁରୁବାର ଅପରାହ୍ନ ୫ଟାରେ ଜଳସ୍ତର ୩୧୧.୩୭ ମିଟରରେ ପହଞ୍ଚିଛି। ଫଳରେ ନଦୀର ତଳିଆ ଅଞ୍ଚଳ ସମେତ ଆନନ୍ଦପୁର ଓ ପଡ଼ୋଶୀ ଭଦ୍ରକ ଜିଲାରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି ।

ଖବରମୁତାବକ, ଗତ ୨୪ ଘଣ୍ଟା ମଧ୍ୟରେ ବୈତରଣୀ ନଦୀର ଉପରମୁଣ୍ଡ ଚମ୍ପୁଆରେ ୧୧୯ ମିଲିମିଟର ବର୍ଷା ରେକର୍ଡ ହୋଇଛି ।ଲଘୁଚାପ ଜନିତ ଲଗାଣ ବର୍ଷାରେ କେନ୍ଦୁଝର ଜିଲା ପାଟଣା ଅଞ୍ଚଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି ।

ଉପରମୁଣ୍ଡରେ ଲଗାଣ ବର୍ଷା ଜାରି ରହିଥିବାରୁ ନଦୀର ଜଳସ୍ତର ଆହୁରି ବଢ଼ିବା ଆଶଙ୍କା ରହିଛି ।

Leave A Reply

Your email address will not be published.