ଭୁବନେଶ୍ଵର: ରାଜଧାନୀର ବୋମିଖାଲ ଅଞ୍ଚଳର ଏକ ବିଲଡିଂ ତଳୁ ଠାବ ହୋଇଛି ଏକ ମୃତଦେହ । ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେବାପରେ ଲକ୍ଷ୍ମୀସାଗର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ବ୍ୟବଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି ।
ମିଳିଥିବା ସୂଚନା ଅନୁସାରେ ମୃତ ବ୍ୟକ୍ତି ଜଣକ ହେଉଛନ୍ତି କଟକ ଜିଲ୍ଲା ନରସିଂହପୁର ଅଚଂଳର ସଂଞ୍ଜୟ ନାୟକ । ସଂଞ୍ଜୟ ବୋମିଖାଲ ଅଞ୍ଚଳରେରେ ଏକ ଫାଷ୍ଟଫୁଟ ଗାଡିରେ ଡ୍ରାଇଭର ଭାବେ କାମ କରୁଥିଲେ ।
ପୋଲିସର ସୂଚନା ଅନୁସାରେ ଗତକାଲି ରାତିରେ ଡ୍ୟୁଟି ସାରି ସଞ୍ଜୟ ଶୋଇଥିଲେ ଓ କୌଣସି କାରଣରୁ ଛାତ ଉପରୁ ତଳକୁ ଖସିପଡି ତାଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ତେବେ ଶବ ବ୍ୟବଛେଦ ରିପୋର୍ଟ ଆସିଲେ ପ୍ରକୃତ କାରଣ ଜଣାପଡିବ ବୋଲି ଲକ୍ଷ୍ମୀସାଗର ଥାନା ଅଧିକାରୀ କହିଛନ୍ତି ।
Comments are closed.