Latest Odisha News

BREAKING NEWS

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୩କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କଲେ ହିମାଚଳ ପ୍ରଦେଶ ସରକାର

ଭୁବନେଶ୍ୱର: ଫନି ବାତ୍ୟା ପିଡିତଙ୍କୁ ସହାୟତା ଓ ପୁନରୁଦ୍ଧାର ପାଇଁ ଆଜି ଅନେକ ସଂସ୍ଥା ଓ ବ୍ୟକ୍ତିବିଶେଷଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ ଦିଆଯାଇଛି । ହିମାଚଳ ପ୍ରଦେଶ ରାଜ୍ୟ ସରକାରଙ୍କ ପକ୍ଷରୁ ୩ କୋଟି ଟଙ୍କା ପ୍ରଦାନ କରାଯାଇଛି ।

ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଶ୍ରୀ ଜୟରାମ ଠାକୁର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ପତ୍ର ଲେଖି ଫନି ଦୁର୍ଗତଙ୍କ ପାଇଁ ସହାନୁଭୂତି ପ୍ରକାଶ କରିବା ସହିତ ଏହି ଚେକ୍ ପଠାଇଛନ୍ତି । ଏହାସହିତ ପୁନେସ୍ଥିତ କଳିଙ୍ଗ ସ୍ୱରାଜ ଫାଉଣ୍ଡେସନ ପକ୍ଷରୁ ୨୧,୨୯,୦୨୮ ଟଙ୍କା ଓ ରଙ୍ଗେଇଲୁଣ୍ଡା ପଂଚାୟତ ସମିତି ପକ୍ଷରୁ ୫,୨୫,୫୦୦ ଟଙ୍କା ପ୍ରଦାନ କରାଯାଇଛି । ଏହିପରି ସମୁଦାୟ ୩,୨୬,୭୯,୦୨୮ ଟଙ୍କା ପ୍ରଦାନ କରାଯାଇଛି ।

ଓଡ଼ିଶାବାସୀଙ୍କ ବିପଦ ସମୟରେ ସେମାନଙ୍କୁ ସହାୟତା କରିବା ପାଇଁ ଏହି ସଂସ୍ଥାମାନେ ସହୃଦୟତାର ସହ ଆଗେଇ ଆସିଥିବାରୁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.