Latest Odisha News

ନୟାଗଡରୁ ନିଖୋଜ ତିନି ବର୍ଷର ଶିଶୁ ସ୍ୱାତୀର ମୃତଦେହ ମିଳିଲା

ନୟାଗଡ଼: ଗତ ଚାରି ଦିନ ହେଲା ନିଖୋଜ ଥିବା ନୟାଗଡ଼ ଜିଲ୍ଲା ବଧିପାଟଣା ଗାଁର ୩ ବର୍ଷର ଝିଅ ସ୍ୱାତୀର ମୃତଦେହ ଗାଁ ପୋଖରୀରୁ ମିଳିଛି ।ଏହାକୁ ନେଇ ସ୍ୱାତୀଙ୍କ ପରିବାର ତଥା ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । 

ସୂଚନାଥାଉ କି, ଗତ ଶୁକ୍ରବାର ଦିନ ବେଳେ ଗାଁ ଦାଣ୍ଡରୁ ନିଖୋଜ ହୋଇ ଯାଇଥିଲା ସ୍ୱାତୀ। ପରିବାର ଲୋକେ ଓ ଗାଁ ଲୋକେ କୂଅ, ପୋଖରୀ ଚାରିଆଡେ ଖୋଜାଖୋଜି କରିଥିଲେ ସୁଦ୍ଧା ସ୍ୱାତୀକୁ ପାଇ ନ ଥିଲେ । ପୋଲିସ ପକ୍ଷରୁ ବି ଦୁଇଟି ଟିମ୍ କରି ଖୋଜାହୋଇଥିଲା । ତଥାପି ପତ୍ତା ମିଳି ନ ଥିଲା । କିନ୍ତୁ ଆଜି ସକାଳୁ ମୃତଦେହ ଗାଁ ପାଖ ପୋଖରୀରେ ଭାସୁଥିବା ଦେଖିବାକୁ ମିଳିଥିଲା । ସ୍ୱାତୀର ବାପା ତାଙ୍କ ଝିଅକୁ ହତ୍ୟା କରାଯାଇଥିବା ଅଭିିିଯୋଗ କରିବାରୁ ଗାଁ ଲୋକେ ତାଙ୍କ ମାଡ ମାରିଥିବା ଅଭିଯୋଗ ହୋଇଛି ।

Leave A Reply

Your email address will not be published.