ଭୁବନେଶ୍ବର: ଓଡ଼ିଶା ପର୍ଯ୍ୟଟନ ବିଭାଗ ଏବଂ ଓଡିଶା ମାଇନିଙ୍ଗ କରପୋରେସନ ଲିମିଟେଡ୍ (OMC) ର ମିଳିତ ସହଯୋଗରେ ଆୟୋଜିତ ହେବାକୁ ଯାଉଛି ଓଏମ୍ସି ପୁରୀ କୋଷ୍ଟାଲ ମାରାଥନ୍ ୨୦୨୬ । ଏହି ମାରାଥନ୍ ଆସନ୍ତା ୧୩ ଡିସେମ୍ବର ୨୦୨୬ ରେ ପୁରୀ ଠାରେ ଅନୁଷ୍ଠିତ ହେବ ।
ଏହା ଫିଟନେସ୍, କ୍ରୀଡ଼ା ଉତ୍କର୍ଷତା ତଥା ଓଡ଼ିଶାର ମନୋରମ ବେଳାଭୂମି ସୌନ୍ଦର୍ଯ୍ୟ ଏବଂ ପର୍ଯ୍ୟଟନ ଐତିହ୍ୟକୁ ଉତ୍ସବ ଭାବେ ପାଳନ କରିବାର ଏକ ଅନନ୍ୟ ପ୍ରୟାସ ।
୪୨ କି.ମି., ୨୧ କି.ମି., ୧୦ କି.ମି. ଏବଂ ୫ କି.ମି. ବର୍ଗର ଦୌଡ଼ ସହ ମୋଟ ୧ କୋଟି ଟଙ୍କାର ଆକର୍ଷଣୀୟ ପୁରସ୍କାର ରାଶି (Prize Purse) ସହିତ, ଏହା ଆପଣଙ୍କ ପାଇଁ ଏକ ଅବିସ୍ମରଣୀୟ କ୍ରୀଡ଼ା ଅଭିଜ୍ଞତାର ଅଂଶ ହେବାର ସୁବର୍ଣ୍ଣ ସୁଯୋଗ ।
୧୩ ଡିସେମ୍ବର ୨୦୨୬ରେ ମାରାଥନ୍ ଅନୁଷ୍ଠିତ ହେବାକୁ ଥିବାବେଳେ, ଏଥିପାଇଁ ପଞ୍ଜୀକରଣର ବର୍ଦ୍ଧିତ ଶେଷ ତାରିଖ: ୨୧ ନଭେମ୍ବର ୨୦୨୬ ରହିଛି । ପଞ୍ଜୀକରଣ କରିବାକୁ ଇଚ୍ଛୁକ ବ୍ୟକ୍ତି ବିଶେଷମାନେ www.puricoastalmarathon.in ଏହି ଲିଙ୍କ ଜରିଆରେ କରିପାରିବେ ।
