କୋରାପୁଟ: ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ ସିଙ୍ଗାରାମ ରେଳ ଷ୍ଟେସନ ନିକଟରେ ବାପା, ଝିଅ ଓ ପୁଅଙ୍କ ମୃତଦେହ ଉଦ୍ଧାର ହୋଇଛି । ପୁଅ-ଝିଅଙ୍କ ଶରୀର ରେଳ ଧାରଣାରେ କଟି ଯାଇଛି । କିଛି ଦୂରରେ ପଡ଼ିଛି ବାପାଙ୍କ କ୍ଷତବିକ୍ଷତ ମୃତଦେହ ।
ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଛି ଲକ୍ଷ୍ମୀପୁର ପୋଲିସ । ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହା ଦୁର୍ଘଟଣା ନା ଆତ୍ମହତ୍ୟା ? ନା କେହି ହତ୍ୟା କରି ରେଳ ଧାରଣାରେ ଫିଙ୍ଗି ଦେଇଛି ସେଦିଗରେ ତନାଘନା ତଦନ୍ତ ଆରମ୍ଭ କରିଛି ଲକ୍ଷ୍ମୀପୁର ଥାନା ପୋଲିସ ।
Comments are closed.