Latest Odisha News

BREAKING NEWS

ବଢିଲା ଆୟକର ରିଟର୍ଣ୍ଣ ଅବଧୀ

ନୂଆଦିଲ୍ଲୀ: କରୋନା କାଳରେ ପୁଣି ବଢିଛି ଆୟକର ଦାଖଲ ସମୟ ସୀମା । ୨୦୧୯-୨୦ ଆର୍ଥିକ ବର୍ଷର ଆୟକର ରିଟର୍ଣ୍ଣ ଫାଇଲ କରିବା ସମୟ ସୀମାକୁ ଆଉ ୧ ମାସ ବଢାଇଦେଇଛି ଆୟକର ବିଭାଗ । ରିଟର୍ଣ୍ଣ ଫାଇଲ କରିବାର ଶେଷ ତାରିଖ ୨୦୨୦ ଡିସେମ୍ବର ୩୧କୁ ଘୁଂଚାଇ ଦିଆଯାଇଛି ।

ଟାକ୍ସ ଅଡିଟ୍ ରିପୋର୍ଟ ଏବଂ ଅନ୍ତରାଷ୍ଟ୍ରୀୟ କିମ୍ବା ନିର୍ଦ୍ଧାରିତ ଘରୋଇ କାରବାର ସମ୍ଭନ୍ଧୀୟ ରିପୋର୍ଟ ସମେତ ଅଡିଟ୍ ରିପୋର୍ଟ ଦାଖଲ କରିବାର ଶେଷ ତାରିଖ ମଧ୍ୟ ଡିସେମ୍ବର ୩୧ ଯାଏଁ ବୃଦ୍ଧି କରିଛନ୍ତି । ସେଂଟ୍ରାଲ ବୋର୍ଡ ଅଫ୍ ଡାଇରେକ୍ଟ ଟାକ୍ସ ବା ସିବିଡିଟି କହିଛି ଯେ, ଯେଉଁମାନଙ୍କର ୧ ଲକ୍ଷ ଟଙ୍କା ଯାଏଁ ସେଲଫ୍ ଆସେସମେଂଟ୍ ଟାକ୍ସ ବା ଲାଏବିଲିଟି ରହିଛି ସେମାନଙ୍କ ସେଲଫ ଆସେସମେଂଟ୍ ଟାକ୍ସ ପୈଠ ତାରିଖ ମଧ୍ୟ ୨୦୨୧ ଜାନୁଆରୀ ୩୧ ଯାଏଁ ବୃଦ୍ଧି କରାଯାଇଛି ।

Leave A Reply

Your email address will not be published.