Latest Odisha News

BREAKING NEWS

ଆଧାର କାର୍ଡ ଅପଡେଟ୍ ପାଇଁ ବଢ଼ିଲା ସମୟସୀମା

ନୂଆଦିଲ୍ଲୀ: ଯଦି ଆପଣଙ୍କ ଆଧାର କାର୍ଡ ଦଶ ବର୍ଷରୁ ଅଧିକ ପୁରୁଣା ହୋଇଯାଇଛି କିମ୍ୱା କେବେବି ଆପଣ ଆଧାର କାର୍ଡକୁ ଅପଡେଟ୍ କରିନାହାନ୍ତି, ତେବେ ଆପଣ ନିଜ ଆଧାର କାର୍ଡର ବିବରଣୀ ଜୁନ୍ ୧୪ ପର୍ଯ୍ୟନ୍ତ ମାଗଣାରେ ଅପଟେଡ୍ କରିପାରିବେ । ଏଥିଲାଗି ସମୟସୀମା ବୃଦ୍ଧି କରିଛନ୍ତି ସରକାର । ପୂର୍ବରୁ ଏହି ସମୟସୀମା ୧୪ ମାର୍ଚ୍ଚ ଯାଏଁ ଥିଲା ।

ଫଳରେ ଆଧାର କାର୍ଡଧାରୀ ତାଙ୍କ ପରିଚୟ ଏବଂ ଠିକଣା ଅପଡେଟ୍ କରିବାକୁ ଆଉ ଚାରି ମାସ ପାଇଛନ୍ତି । ଯଦି ଆପଣ ଆଧାର କାର୍ଡକୁ ଠିକ୍ ସମୟରେ ଅପଡେଟ୍ କରି ନାହାନ୍ତି, ଆପଣଙ୍କ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଅଟକି ଯାଇପାରେ । କେବଳ ସେତିକି ନୁହେଁ ଆଧାରରେ ଭୁଲ ଥିଲେ ଆପଣ ଅନେକ ଯୋଜନାର ଲାଭ ମଧ୍ୟ ଉଠାଇ ପାରିବେ ନାହିଁ ।

ତେଣୁ My Aadhaar ପୋର୍ଟାଲ ଯାଇ ମାଗଣାରେ ଆପଣଙ୍କ ଆଧାର ଅପଡେଟ୍ କରିପାରିବେ । ଯଦି ଆପଣ ଆଧାର ସେଣ୍ଟର ଯାଇ ନିଜର ଆଧାର ଅପଡେଟ୍ କରିବେ ୫୦ ଟଙ୍କା ଦେବାକୁ ପଡ଼ିବ ।

ଏବେ ଆଧାର କାର୍ଡ ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ହୋଇଯାଇଛି । ସରକାରୀ ଯୋଜନାର ଲାଭ ପାଇବା, ବ୍ୟାଙ୍କ ଆକାଉଣ୍ଟ ଖୋଲିବା, ସିମ୍ କାର୍ଡ କିଣିବା, ଘର କିଣିବା କିମ୍ୱା ଟଙ୍କା ସହିତ ଜଡ଼ିତ ସମସ୍ତ କାମ ପାଇଁ ଆଧାର କାର୍ଡ ଆବଶ୍ୟକ ରହିଛି । ଏମିତିକି ଫିକ୍ସ ଡିପୋଜିଟ୍ , ମ୍ୟୁଚୁଆଲ ଫଣ୍ଡରେ ବିନିଯୋଗ ପାଇଁ ମଧ୍ୟ ଆଧାର କାର୍ଡ ଜରୁରୀ ହୋଇ ପଡ଼ିଛି ।

Leave A Reply

Your email address will not be published.