Latest Odisha News

ଉତ୍କଳ ସମ୍ମିଳନୀ ପକ୍ଷରୁ ଫକୀର ମୋହନଙ୍କ ଶ୍ରାଦ୍ଧ ବାର୍ଷିକୀ ପାଳିତ

କଟକ : ଉତ୍କଳ ସମ୍ମିଳନୀ, କଟକ ପକ୍ଷରୁ ବ୍ୟାସକବି ଫକୀର ମୋହନ ସେନାପତିଙ୍କର ୧୦୪ତମ ଶ୍ରାଦ୍ଧ ବାର୍ଷିକୀ ତେଲେଙ୍ଗା ବଜାର ରଘୁନାଥଜୀଉ ମନ୍ଦିରଠାରେ ପାଳିତ ହୋଇଯାଇଛି।

ଶରତ ଚନ୍ଦ୍ର ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରବି ରଞ୍ଜନ ସାହୁ ମୁଖ୍ୟ ଅତିଥି ଭାବରେ, ବିଚିତ୍ରା ନନ୍ଦ ମିଶ୍ର ସମ୍ମାନିତ ଅତିଥି ଏବଂ ତ୍ରିଲୋଚନ ମହାକୁଡ଼ ସମ୍ମାନିତ ବକ୍ତା ଭାବରେ ଯୋଗ ଦେଇଥିଲେ। ଓଡ଼ିଆ ଭାଷାର ପ୍ରାଣ ପ୍ରତିଷ୍ଠାତା ଫକୀର ମୋହନ, ଓଡ଼ିଶାର ସାଂସ୍କୃତିକ ଓ ସାମାଜିକ ଆନ୍ଦୋଳନର ମୁଖ୍ୟ ପୁରୋଧା ଥିଲେ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ।

ଏହି କାର୍ଯ୍ୟକ୍ରମରେ ନରସିଂହ ମହାପାତ୍ର ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ ଏବଂ ପରିଶେଷରେ ଶ୍ୟାମ ସୁନ୍ଦର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.