Latest Odisha News

BREAKING NEWS

ବଡ଼ାପାଓ ପଲିଥିନରେ ୫ ଲକ୍ଷ ଟଙ୍କାର ସୁନା, ଡ୍ରେନରେ ରଖିଥିଲେ ମୂଷା

ମୁମ୍ବାଇ: ଡ୍ରେନରୁ ମିଳିଲା ୫ଲକ୍ଷ ଟଙ୍କାର ଅଳଙ୍କାର । ତାହା ପୁଣି ମୂଷାମାନଙ୍କ ନିକଟରୁ । ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଏଭଳି ଘଟଣା ଘଚିଛି ମୁମ୍ବାଇରେ । ପୋଲିସ ମୁମ୍ବାଇର ଏକ ଡ୍ରେନରେ ଥିବା ମୂଷାଙ୍କ ଠାରୁ ଏକ ସୁନା ଅଳଙ୍କାର ବ୍ୟାଗ ଉଦ୍ଧାର କରିଛି । ଯେଉଁ ବ୍ୟାଗରେ ରହିଛି ୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର ।

ତେବେ ଆପଣ ଭାବୁଥିବେ ଡ୍ରେନରେ ଥିବା ମୂଷା କେମିତି ଏତେ ମୂଲ୍ୟର ସୁନା ଅଳଙ୍କାର ପାଇଲେ ? ହଁ… ଘଟଣା କିଛି ଏମିତି ଗୋରେଗାଓଁ ଗୋକୁଳଧାମ କଲୋନୀର ୪୫ ବର୍ଷୀଆ ସୁନ୍ଦରୀ ପ୍ଲେନିବେଲ୍ ନିଜ ଅଳଙ୍କାର ନେଇ ବ୍ୟାଙ୍କକୁ ଜମା କରିବାକୁ ଯାଉଥିଲେ । ବାଟରେ ୨ ଜଣ ଛୁଆଙ୍କୁ ବଡ଼ାପାଓ ବ୍ୟାଗ୍ ଦେଇଥିଲେ ।

କିନ୍ତୁ ଯେତେବେଳେ ମହିଳା ଜଣଙ୍କ ଯାଇ ବ୍ୟାଙ୍କରେ ପହଞ୍ଚିଲେ ତ ଦେଖିଲେ ସୁନା ତାଙ୍କ ନିକଟରେ ନାହିଁ । ଆଉ ମନେ ପଡ଼ିଲା ଛୁଆଙ୍କୁ ଦେଇଥିବା ବଡ଼ା ପାଓ ବ୍ୟାଗରେ ସେ ଅଳଙ୍କାର ରଖିଥିଲେ । ତୁରନ୍ତ ସେ ସ୍ଥାନକୁ ସେ ଆସି ୨ ଛୁଆ ଓ ତାଙ୍କ ମାଆକୁ ଖୋଜିଥିଲେ ମଧ୍ୟ ପାଇ ନଥିଲେ । ଶେଷରେ ପୋଲିସକୁ ଜଣାଇଥିଲେ । ପୋଲିସ ୨ ଛୁଆଙ୍କୁ ଟ୍ରେସ୍ କରି ପାଇବା ପରେ ସେମାନେ କହିଥିଲେ ବଡ଼ା ପାଓ ଖାଇବାକୁ ପସନ୍ଦ ନଥିବାରୁ ବ୍ୟାଗଟିକୁ ଡଷ୍ଟବିନରେ ଫୋପାଡ଼ି ଦେଇଛନ୍ତି ।

ପରେ ପୋଲିସ ସିସିଟିଭି ଫୁଟେଜ୍ ଯାଞ୍ଚ କରିଥିଲା । ସିସିଟିଭି ଯାଞ୍ଚ ବେଳେ ଦେଖାଯାଇଥିଲା ଡଷ୍ଟବିନରୁ କିଛି ମୂଷା ଉକ୍ତ ଅଳଙ୍କାର ବ୍ୟାଗଟିକୁ ଡ୍ରେନ୍ ଆଡ଼କୁ ନେଇ ଯାଉଛନ୍ତି । ପରେ ପୋଲିସ ଡ୍ରେନରୁ ମୂଷା ଗାତ ନିକଟରୁ ଅଳଙ୍କାର ଉଦ୍ଧାର କରି ମହିଳା ଜଣଙ୍କୁ ଫେରାଇଛି ।

Leave A Reply

Your email address will not be published.