ଖୋର୍ଦ୍ଧା:ବିଚାରଧୀନ କଏଦୀଙ୍କ ମୃତ୍ୟୁ । ମୃତକ ଜଣକ ବାଣପୁର ଥାନା ବାହାଡାଖୋଲା ଶାନ୍ତିନଗରର ଶଠ ରାଉତରାୟ(୮୫ ବର୍ଷ) । ବାଣପୁର ଉପକାରାଗାରରେ ଆଜି ସକାଳେ ଶୌଚ କରିବାକୁ ବାଥରୁମ ଯାଇଥିବା ସମୟରେ ସେଠାରେ ଅସୁସ୍ଥ ହୋଇ ପଡ଼ି ଯାଇଥିଲେ । ଜେଲ କର୍ତ୍ତୃପକ୍ଷ ତାଙ୍କୁ ଉଦ୍ଧାର କରି ବାଣପୁର ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।
ସୂଚନାଥାଉକି, କଏଦୀ ଜଣକ ବ୍ରହ୍ମପୁର ଏମକେସିଜି ମେଡିକାଲ ଚିକିତ୍ସିତ ହୋଇ ପାଞ୍ଚଦିନ ପରେ ଗତ କାଲି ସନ୍ଧ୍ୟାରେ ଜେଲକୁ ଫେରିଥିଲେ । ସେ ୨୦୨୪ ମସିହାରୁ ଜେଲରେ ବିଚାରାଧୀନ କଏଦୀ ଭାବେ ରହିଥିଲେ ।