Latest Odisha News

BREAKING NEWS

ଶାଢ଼ୀ ଦୋଳି ହେଲା କାଳ …ଚାଲିଗଲା ନାବାଳକର ଜୀବନ

ମୟୂରଭଞ୍ଜ:ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅନ୍ତର୍ଗତ ଜଗନ୍ନାଥୀ ଗ୍ରାମରରେ ଅଭାବନୀୟ ଘଟଣା ଘଟିଛି । ଦୋଳି ଶାଢୀରେ ଛନ୍ଦି ହୋଇ ଚାଲିଗଲା ନାବାଳକର ଜୀବନ । ମୃତ ନାବାଳକ ଜଣକ ହେଉଛନ୍ତି ଜଗନ୍ନାଥୀ ଗ୍ରାମର ଦୁର୍ଗା ମୁର୍ମୁଙ୍କ ସାନପୁଅ ସତ୍ୟ ମୁର୍ମୁ।ବୟସ ସାତ ବର୍ଷ ।

ଘର ବାଡ଼ିରେ ଆତ ଗଛରେ ଲାଗି ଥିବା ଶାଢ଼ୀରେ ଝୁଳି ଦୋଳି ଖେଳୁଥିଲା ସତ୍ୟ । ବୟସ ସାତ ବର୍ଷ । ଘର ବାଡ଼ିରେ ଆତ ଗଛରେ ଲାଗି ଥିବା ଶାଢ଼ୀରେ ଝୁଳି ଦୋଳି ଖେଳୁଥିଲା ସତ୍ୟ । ପରିବାର ଲୋକେ ନିଜ ନିଜ କାମରେ ବ୍ୟସ୍ତ ଥିବା ବେଳେ ଅଚାନକ ଦୋଳିଟି ତାଙ୍କ ବେକରେ ଛନ୍ଦି ହୋଇଯାଇଥିଲା। ସତ୍ୟଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ ପରିବାରର ଜଣେ ସଦସ୍ୟ ।

ସଙ୍ଗେ ସଙ୍ଗେ ତାଙ୍କୁ ଉଦ୍ଧାର କରାଯାଇ ଉଦଳା ମେଡିକାଲକୁ ନିଆଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Leave A Reply

Your email address will not be published.