Latest Odisha News

ଜଳୁଛି ସାରା ଓଡିଶା, ୨୪ ଘଣ୍ଟା ପରେ ତାତିରୁ ମିଳିବ ଆଶ୍ୱସ୍ତି

ଭୁବନେଶ୍ୱର : ଓଡିଶାର ଅଧିକାଂଶ ସ୍ଥାନରେ ଗ୍ରୀଷ୍ମପ୍ରବାହ ଜାରି ରହିଥିବାବେଳେ ଆଗାମୀ ୨୪ ଘଣ୍ଟା ପରେ ଖରାର ପ୍ରକୋପ ସାମାନ୍ୟ ହ୍ରାସ ପାଇବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

ପାଣିପାଗ କେନ୍ଦ୍ରର ସୂଚନାନୁଯାୟୀ ଆଗାମୀ ୨୪ ଘଣ୍ଟା ପରେ ରାଜ୍ୟରେ କାଳବୈଶାଖୀର ସମ୍ଭାବନା ରହିଥିବାରୁ ଆଭ୍ୟନ୍ତରୀଣ ଓ ଉପକୂଳ ଓଡିଶାର କିଛି ସ୍ଥାନରେ ବର୍ଷା ହେବ । ଯାହାଫଳରେ ଜଳବାୟୁରେ ସାମାନ୍ୟ ପରିବର୍ତ୍ତନ ଦେଖାଯିବା ସହ ଖରାର ପ୍ରକୋପ ହ୍ରାସ ପାଇବ।

ଆହୁରି ମଧ୍ୟ ନୟାଗଡ, ନୂଆପଡା, ମାଲକାନଗିରି, ବୌଦ୍ଧ, ସୋନପୁର, ଯାଜପୁର, ଜଗତସିଂହପୁର, ମୟୁରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, କଟକ ଏବଂ ଗଞ୍ଜାମ ଆଦି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସାମାନ୍ୟ ବର୍ଷା ସହ ଘଡଘଡି ହେବାର ଆଶଙ୍କା ରହିଛି।

ତେବେ ଗତକାଲି ରାଜ୍ୟର ପ୍ରାୟ ୧୧ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା । ଅପରପକ୍ଷରେ ବଲାଙ୍ଗୀର, ନୂଆପଡା, ଝାରସୁଗୁଡା, ସୁନ୍ଦରଗଡ, ସମ୍ବଲପୁର, ଅନୁଗୁଳ, ଦେବଗଡ , ବୌଦ୍ଧ, କଳାହାଣ୍ଡି, ସୋନପୁର ଆଦି ଜିଲ୍ଲାରେ ପାଣିପାଗ ବିଭାଗ ପକ୍ଷରୁ ଆସନ୍ତାକାଲି ଲାଗି ହଳଦିଆ ୱାର୍ଣ୍ଣିଂ ଜାରି କରାଯାଇଛି ।

Leave A Reply

Your email address will not be published.