ପୁରୀ: ସ୍ନାନ ମଣ୍ଡପରେ ବିରାଜମାନ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତୀ । ଆଜି ଦେବାସ୍ନାନ ପୂର୍ଣ୍ଣିମାରେ ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହେଉଛି ମହାପ୍ରଭୁଙ୍କ ସ୍ନାନଯାତ୍ରା । ଏଥିପାଇଁ ବଡ଼ଦେଉଳରୁ ସ୍ନାନ ମଣ୍ଡପକୁ ଓହ୍ଲାଇଛନ୍ତି ବଡ଼ ଠାକୁର ପ୍ରଭୁ ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା, ଶ୍ରୀଜଗନ୍ନାଥ ଓ ଶ୍ରୀସୁଦର୍ଶନ । ଧାଡ଼ି ପହଣ୍ଡିରେ ରତ୍ନ ସିଂହାସନରୁ ବାହାରି ଆସିଥିଲେ ମହାପ୍ରଭୁ । ପ୍ରଥମେ ଚକ୍ରରାଜ ସୁଦର୍ଶନ, ପରେ ପରେ ପ୍ରଭୁ ଶ୍ରୀବଳଭଦ୍ର, ତାଙ୍କ ପଛକୁ ଦେବୀ ସୁଭଦ୍ରା ଓ ଶେଷ ଆସିଥିଲେ ଶ୍ରୀଜଗନ୍ନାଥ ।
ଏହାପରେ ସ୍ନାନମଣ୍ଡପରେ ମହାପ୍ରଭୁଙ୍କ ନୀତିକାନ୍ତ କରାଯାଉଛି । ଏହାପରେ ସୁବର୍ଣ୍ଣ କୂଅରୁ ୧୦୮ ସୁବାସିତ ଜଳରେ ସ୍ନାନ କରିବେ ଚତୁର୍ଦ୍ଧାମୂର୍ତ୍ତି । ସାଢ଼େ ୧୦ଟାରେ ଛେରା ପହଁରା ପାଇଁ ସମୟ ଧାର୍ଯ୍ୟ ହୋଇଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଥର ବି ଛେରାପହଁରା ପାଇଁ ଆସିବେନି ଗଜପତି ମହାରାଜା । ତାଙ୍କ ପ୍ରତିନିଧି ମୁଦିରସ୍ତ ପରମ୍ପରା ରକ୍ଷା କରିବେ । ମଧ୍ୟାହ୍ନ ୧୧ଟାରୁ ୧୨ଟା ଭିତରେ ଅନୁଷ୍ଠିତ ହେବ ଦୁର୍ଲଭ ଗଜାନନ ବେଶ । ସନ୍ଧ୍ୟା ୫ଟାରୁ ୮ଟା ଭିତରେ ବାହୁଡ଼ା ପହଣ୍ଡି ପାଇଁ ସମୟ ଧାର୍ଯ୍ୟ ହୋଇଛି ।
କରୋନା ଭକ୍ତ ଓ ଭଗବାନଙ୍କ ଭିତରେ ଲକ୍ଷ୍ମଣରେଖା ଟାଣିଛି । ଏଥର ବି ବିନା ଭକ୍ତରେ ସ୍ନାନଯାତ୍ରା ହେଉଛି । ବଡ଼ ଦେଉଳରୁ ବାହାରି ଆସିଛନ୍ତି ଶ୍ରୀଜିଉ । କିନ୍ତୁ ବଡ଼ଦାଣ୍ଡ ଖାଁ ଖାଁ । ପ୍ରଶାସନ କରୋନା ଯୋଗୁ କଟକଣା ଜାରି କରିଛି । ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସ୍ନାନ ପରେ ଜ୍ୱରରେ ପୀଡ଼ିତ ଶ୍ରୀଜିଉ ଅଣସର ବିଜେ କରିବେ । ସେଠାରେ ଦଇତାପତି ସେବାୟତ ମହାପ୍ରଭୁଙ୍କର ଗୁପ୍ତ ସେବା କରିବେ । ଏହି ସମୟରେ ଶ୍ରୀମନ୍ଦିରରେ ପୂଜା ପାଇବେ ପଟି ଦିଅଁ ।
BREAKING NEWS
- ବନ୍ଦେ ମାତରମ୍ ବିବାଦ:କଂଗ୍ରେସ ଉପରେ ବର୍ଷିଲେ ଓମାର ଅବଦୁଲ୍ଲା
- Ama Sathi WhatsApp Bot:ରାଜ୍ୟ ପୋଲିସ ପକ୍ଷରୁ ସରଳ ବ୍ୟବସ୍ଥା :‘ଆମ ସାଥୀ’ ହ୍ୱାଟ୍ସଆପ୍ ବଟ୍ ଶୁଭାରମ୍ଭ;ମିଳିବ ୧୪ଟି ପୋଲିସ ସେବା
- ଏସବିଆଇ ବ୍ୟାଙ୍କରେ ଦିନଦ୍ୱିପ୍ରହରରେ ଲଙ୍କାଗୁଣ୍ଡ ମାଡ଼, ୪ ଲକ୍ଷ ଟଙ୍କା ଧରି ଫେରାର୍ ହେଉଥିବା ବେଳେ ଧରାପଡ଼ିଲା ଲୁଟେରା
- ବାଲେଶ୍ୱରରୁ ଉଦ୍ଧାର ୫ ଛୁଆ ଓରାଙ୍ଗଉଟାନଙ୍କୁ ଫେରାଇ ନେବ ଇଣ୍ଡୋନେସିଆ: ଆରମ୍ଭ ହେଲା କୂଟନୈତିକ ପ୍ରକ୍ରିୟା
- ୨୦୨୭ ପଞ୍ଚାୟତ ଓ ପୌର ନିର୍ବାଚନ ପ୍ରସ୍ତୁତି: ଅକ୍ଟୋବର ୨୬ରୁ ଘରକୁ ଘର ବୁଲି ଭୋଟର ତାଲିକା ଯାଞ୍ଚ କରିବେ ଅଧିକାରୀ
- ପ୍ରତି ଛାତ୍ର ପିଛା ୧୦ ଟଙ୍କା ଲାଞ୍ଚ! ବାରିପଦାରେ ST/SC ବିଭାଗର ଦୁଇ ଅଡିଟରଙ୍କୁ ବାନ୍ଧିଲା ଭିଜିଲାନ୍ସ
- କାର ରଖି ନଦୀକୁ ଡେଇଁଲେ ଯୁବକ;ଖୋଜାଖୋଜି ଜାରି
- ରାଜ୍ୟସଭା ଭୋଟିଂ ବିବାଦ: ବାଚସ୍ପତିଙ୍କ ନିଷ୍ପତ୍ତିକୁ ହାଇକୋର୍ଟରେ ଚାଲେଞ୍ଜ କଲା ବିଜେଡି
- ବାଲେଶ୍ୱରରେ ଅଭାବନୀୟ ଘଟଣା: ଜଳିଗଲା ୧୦୮ ଆମ୍ବୁଲାନ୍ସ, ଜୀବନ୍ତ ଦଗ୍ଧ ହେଲେ ରୋଗୀ
- ୫ ଓରାଙ୍ଗଉଟାନ ଉଦ୍ଧାର ଘଟଣାରେ ଏସଟିଏଫ୍ର ବଡ଼ କାର୍ଯ୍ୟାନୁଷ୍ଠାନ: ପଶ୍ଚିମବଙ୍ଗ ଦୀଘାରୁ ୩ ଅଟକ

Comments are closed.