Latest Odisha News

BREAKING NEWS

ଆଜି ରାଜ୍ୟରୁ କରୋନା ନେଲା ୪୪ ଜୀବନ, ଖୋର୍ଦ୍ଧାରୁ ସର୍ବାଧିକ ୯ ମୃତ

ଭୁବନେଶ୍ୱର: କାବୁ ପାଉନି କରୋନା ମୃତ୍ୟୁସଂଖ୍ୟା । ୪୦ରୁ ସଂଖ୍ୟା କମୁନି । ୨୪ ଘଣ୍ଟାରେ ଆଉ ୪୪ ସଂକ୍ରମିତ ପ୍ରାଣ ହରାଇଛନ୍ତି । ୧୪ ଜିଲ୍ଲାରୁ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି । ଖୋର୍ଦ୍ଧାରୁ ଆଜି ସର୍ବାଧିକ ୯ ଜଣଙ୍କର ଜୀବନ ନେଇଛି କରୋନା । ବରଗଡ଼ ଓ କଟକ ଜିଲ୍ଲାରୁ ଆଉ ୫ ଜଣ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

ଅନୁଗୋଳ ଓ ପୁରୀ ଜିଲ୍ଲାରୁ ୪ ଜଣ ଲେଖାଏ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ସେହିପରି ଗଞ୍ଜାମ, କେନ୍ଦ୍ରାପଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରୁ ୩ ଜଣ ଲେଖାଏ ମୃତ୍ୟୁବରଣ କରିଛନ୍ତି । ନୟାଗଡ଼ ଓ ସମ୍ୱଲପୁର ଜିଲ୍ଲାରୁ ୨ ଜଣ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

ଭଦ୍ରକ, ବୌଦ୍ଧ, ଢେଙ୍କାନାଳ ଓ ମାଲକାନଗିରି ଜିଲ୍ଲାରେ କରୋନା ଚିକିତ୍ସାଧୀନ ଅବସ୍ଥାରେ ଜଣେ ଲେଖାଏ ଆକ୍ରାନ୍ତଙ୍କ ଜୀବନ ନେଇଛି । ରାଜ୍ୟରେ କରୋନା ଜନିତ ମୋଟ୍ ମୃତ୍ୟୁସଂଖ୍ୟା ୩ହଜାର ୭୬୧କୁ ବୃଦ୍ଧି ପାଇଛି । ରାଜ୍ୟରେ କରୋନା ମୃତ୍ୟୁହାର ରହିଛି ୦.୪୨ ପ୍ରତିଶତ ।

Leave A Reply

Your email address will not be published.