ଭୁବନେଶ୍ୱର: ହରିୟାଣାର ଝାଜେରରେ ଅନୁଷ୍ଠିତ ସର୍ବଭାରତୀୟ ଟେନିସ ଆସୋସିଏଶନ ସୁପର ସିରିଜ ଟୁର୍ଣ୍ଣାମେଂଟରେ ବାଜି ମାରିଛନ୍ତି ଓଡିଶାର ଟପ ରେଟେଡ ଖେଳାଳି ଦେବାଶୀଷ ସାହୁ । ୧୬ ବର୍ଷରୁ କମ୍ ପୁରୁଷ ସିଙ୍ଗଲ୍ସ ଏବଂ ଡବଲ୍ସ ବିଭାଗରେ ସେ ଟାଇଟଲ ହାସଲ କରିଛନ୍ତି । ସିଙ୍ଗଲ୍ସ ଟାଇଟଲ ମୁକାବିଲାରେ ପଞ୍ଜାବର ହିତେଶ ଚୌହ୍ୱାନଙ୍କୁ ସେ ୬-୪, ୬-୪ରେ ପଂଏଟରେ ପରାସ୍ତ କରିଥିଲେ । ପୂର୍ବରୁ ସେମିରେ ମଧ୍ୟ ସେ ଦିଲ୍ଲୀର ଅର୍ଜୁନ ପଣ୍ଡିତଙ୍କୁ ୬-୧, ୬-୦ରେ ହରାଇଥିଲେ । ଡବଲ୍ସ ଫାଇନାଲରେ ଦେବାଶୀଷ ଓ ହିତେଶ ଯୋଡି ୪-୬, ୬-୩ (୧୦-୩)ରେ ଦିଲ୍ଲୀର ଅର୍ଜୁନ ପଣ୍ଡିତ ଓ ହରିୟାଣାର ଦୀପମ ମଲିକ ଯୋଡିଙ୍କୁ ପରାସ୍ତ କରିଥିଲେ ।
ସୂଚନାଯୋଗ୍ୟ, ଦେବାଶୀଷ ରାଜ୍ୟର ପ୍ରଥମ ଖେଳାଳି ଭାବେ ଜୁନିୟର (୧୪ ବର୍ଷରୁ କମ୍ ବିଭାଗ) ରୋଡ ଟୁ ୱିମ୍ବେଲଡନ ପାଇଁ ମନୋନୀତ ହୋଇଥିଲେ । ତେବେ କରୋନା ମହାମାରୀ ଯୋଗୁ ଟୁର୍ଣ୍ଣାମେଂଟଟି ବାତିଲ ହୋଇ ଯାଇଥିଲା । ୧୬ ବର୍ଷରୁ କମ୍ ବିଭାଗରେ ଭାରତର ୧୩ତମ ମାନ୍ୟତାପ୍ରାପ୍ତ ଏହି ଯୁବ ଖେଳାଳି ଏବେ ଡେଭିସ କପ ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି ।
BREAKING NEWS
- ଭାଲୁକୁଣି ବିସର୍ଜନ ବେଳେ ଅଘଟଣ; DJ ସାଉଣ୍ଡ ବକ୍ସ ପଡ଼ି ୭ ଆହତ
- ଭୂକମ୍ପରେ ଥରିଲା ଓଡ଼ିଶା; ଏହି ସ୍ଥାନରେ ୩.୯ ତୀବ୍ରତାର ଝଟକା…
- ସର୍ଭେ ରିପୋର୍ଟ : ୭୦% ରୁ ଅଧିକ ୟୁକ୍ରେନବାସୀ ଦୁର୍ନୀତି ପାଇଁ ଜେଲେନସ୍କିଙ୍କୁ ଦାୟୀ ମନେକରୁଛନ୍ତି
- ଇରାନ-ଆମେରିକା ସଂଘର୍ଷ: ଭୟ ଆଉ ଚିନ୍ତା ଭିତରେ ଇରାନରେ ଖୋଲିଲା ସ୍କୁଲ୍
- ବସରୁ ଖସି ପଡ଼ିଲେ ରୋହିତ ଶର୍ମା; ଚିନ୍ତାରେ ଫ୍ୟାନ୍ସ
- ବିଜେପି ନେତାଙ୍କୁ ପ୍ରାଣାନ୍ତକ ଆକ୍ରମଣ; ଡାକ୍ତରଖାନାରେ ଭର୍ତ୍ତି
- Odisha Vigilance:୩୫ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ଆସିଷ୍ଟାଣ୍ଟ ଇଞ୍ଜିନିୟର ଓ ତାଙ୍କ ସହଯୋଗୀ
- ସମ୍ ହସ୍ପିଟାଲରେ ନୂତନ ହୃଦ୍ ଚିକିତ୍ସା: ଟିଏଭିଆର୍ ପଦ୍ଧତିରେ ୭୧ ବର୍ଷୀୟା ମହିଳାଙ୍କୁ ମିଳିଲା ନୂଆ ଜୀବନ
- Asian Games 2026:ଜାଭେଲିନ୍ ଥ୍ରୋ’ରେ ଭାରତର ଚମତ୍କାର ପ୍ରଦର୍ଶନ: ଯଶ୍ବୀରଙ୍କୁ ରୌପ୍ୟ ଓ ରୋହିତଙ୍କୁ ବ୍ରୋଞ୍ଜ
- ସରିଲା ଓଡ଼ିଶା ବିଧାନସଭା ମୌସୁମୀ ଅଧିବେଶନ, ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବି ଘୋଷଣା

Comments are closed.