Latest Odisha News

BREAKING NEWS

ଆଇଟା ସୁପର ସିରିଜ ଟୁର୍ଣ୍ଣାମେଂଟ: ଦେବାଶୀଷଙ୍କୁ ଦ୍ୱିମୁକୁଟ

ଭୁବନେଶ୍ୱର: ହରିୟାଣାର ଝାଜେରରେ ଅନୁଷ୍ଠିତ ସର୍ବଭାରତୀୟ ଟେନିସ ଆସୋସିଏଶନ ସୁପର ସିରିଜ ଟୁର୍ଣ୍ଣାମେଂଟରେ ବାଜି ମାରିଛନ୍ତି ଓଡିଶାର ଟପ ରେଟେଡ ଖେଳାଳି ଦେବାଶୀଷ ସାହୁ । ୧୬ ବର୍ଷରୁ କମ୍ ପୁରୁଷ ସିଙ୍ଗଲ୍ସ ଏବଂ ଡବଲ୍ସ ବିଭାଗରେ ସେ ଟାଇଟଲ ହାସଲ କରିଛନ୍ତି । ସିଙ୍ଗଲ୍ସ ଟାଇଟଲ ମୁକାବିଲାରେ ପଞ୍ଜାବର ହିତେଶ ଚୌହ୍ୱାନଙ୍କୁ ସେ ୬-୪, ୬-୪ରେ ପଂଏଟରେ ପରାସ୍ତ କରିଥିଲେ । ପୂର୍ବରୁ ସେମିରେ ମଧ୍ୟ ସେ ଦିଲ୍ଲୀର ଅର୍ଜୁନ ପଣ୍ଡିତଙ୍କୁ ୬-୧, ୬-୦ରେ ହରାଇଥିଲେ । ଡବଲ୍ସ ଫାଇନାଲରେ ଦେବାଶୀଷ ଓ ହିତେଶ ଯୋଡି ୪-୬, ୬-୩ (୧୦-୩)ରେ ଦିଲ୍ଲୀର ଅର୍ଜୁନ ପଣ୍ଡିତ ଓ ହରିୟାଣାର ଦୀପମ ମଲିକ ଯୋଡିଙ୍କୁ ପରାସ୍ତ କରିଥିଲେ । ସୂଚନାଯୋଗ୍ୟ, ଦେବାଶୀଷ ରାଜ୍ୟର ପ୍ରଥମ ଖେଳାଳି ଭାବେ ଜୁନିୟର (୧୪ ବର୍ଷରୁ କମ୍ ବିଭାଗ) ରୋଡ ଟୁ ୱିମ୍ବେଲଡନ ପାଇଁ ମନୋନୀତ ହୋଇଥିଲେ । ତେବେ କରୋନା ମହାମାରୀ ଯୋଗୁ ଟୁର୍ଣ୍ଣାମେଂଟଟି ବାତିଲ ହୋଇ ଯାଇଥିଲା । ୧୬ ବର୍ଷରୁ କମ୍ ବିଭାଗରେ ଭାରତର ୧୩ତମ ମାନ୍ୟତାପ୍ରାପ୍ତ ଏହି ଯୁବ ଖେଳାଳି ଏବେ ଡେଭିସ କପ ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି ।

Leave A Reply

Your email address will not be published.