Latest Odisha News

BREAKING NEWS

ବେଙ୍ଗାଲୁରୁ ଶ୍ରୀଜଗନ୍ନାଥ ମନ୍ଦିରରେ ପାଳିତ ହେଲା ଦେବସ୍ନାନ ପୂର୍ଣ୍ଣିମା

ବେଙ୍ଗାଲୁରୁ: କର୍ଣ୍ଟାଟକ ରାଜଧାନୀ ବେଙ୍ଗାଲୁରୁରେ ରହିଥିବା ଶ୍ରୀଜଗନ୍ନାଥ ମନ୍ଦିରରେ ମହାସମାରୋହରେ ପାଳିତ ହୋଇଛି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ବେଙ୍ଗାଲୁରୁରେ ରହିଥିବା ହଜାର ହଜାର ସଂଖ୍ୟାରେ ଓଡ଼ିଆ ଶ୍ରଦ୍ଦାଳୁଙ୍କ ଦ୍ୱାରା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ନାନଯାତ୍ରା ପାଳିତ ହୋଇଯାଇଛି ।

ସବୁବର୍ଷ ପରି ଚଳିତ ବର୍ଷ ମଧ୍ୟ ବେଙ୍ଗାଲୁରୁସ୍ଥିତ ଆଗ୍ରା ଶ୍ରୀଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମେତ ଚତୁର୍ଦ୍ଧା ମୂର୍ତ୍ତିଙ୍କର ପାରମ୍ପରିକ ରୀତି ନୀତି ଅନୁଯାୟୀ ସ୍ନାନଯାତ୍ରା ପାଳିତ ହୋଇଯାଇଛି ।

ବେଙ୍ଗାଲୁରୁ ସହରରେ ଥିବା ଓଡ଼ିଆ ଭକ୍ତମାନେ ସହସ୍ରାଧିକ ସଂଖ୍ୟାରେ ଏହି ଉତ୍ସବରେ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.