Latest Odisha News

BREAKING NEWS

ମୋଦୀଙ୍କ ‘ମନ୍ କି ବାତ୍‌’କୁ ରାହୁଲଙ୍କ ଟାର୍ଗେଟ୍‌

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଦି ରେଡିଓ କାର୍ଯ୍ୟକ୍ରମ ‘ମନ୍ କି ବାତ୍‌’ରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ତେବେ ଏହାକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀଙ୍କୁ ଘେରିଛନ୍ତି । ଏନ୍‌ଇଇଟ୍ ଏବଂ ଜେଇଇ ପରୀକ୍ଷା ପ୍ରସଙ୍ଗାରେ ମୋଦୀଙ୍କୁ ଟ୍ୱିଟ୍ ଜରିଆରେ ରାହୁଲ ଟାର୍ଗେଟ୍ କରିଛନ୍ତି ।

ରାହୁଲ ନିଜ ଅଫିସିଆଲ୍ ଟ୍ୱିଟ୍ ହ୍ୟାଣ୍ଡେଲରୁ ଟ୍ୱିଟ୍ କରି ଲେଖିଛନ୍ତି ଯେ, ଏନ୍‌ଇଇଟି, ଜେଇଇ ପରୀକ୍ଷର୍ଥୀ ଚାହୁଁଛନ୍ତି ପ୍ରଧାନମନ୍ତ୍ରୀ ତାଙ୍କ ସହ ପରୀକ୍ଷା ଉପରେ ଚର୍ଚ୍ଚା କରନ୍ତୁ । କିନ୍ତୁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କ ସହ ଖେଳନା ଉପରେ ଚର୍ଚ୍ଚା କରିଛନ୍ତି ।

୨୦୧୪ ଲୋକସଭା ନିର୍ବାଚନ ସମୟରେ ବିଜେପି ମୋଦୀଙ୍କ ସହ ‘ଚାଏ ପେ ଚର୍ଚ୍ଚା’ ନାମକ ଏକ କାର୍ଯ୍ୟକ୍ରମ ଆୟୋଜନ କରିଥିଲା । ଯାହା ବେଶ୍ ଲୋକପ୍ରିୟ ହୋଇଥିଲା । ଏବେ କଂଗ୍ରେସ ନେତା ରାହୁଳ ଗାନ୍ଧୀ ଏହାକୁ ଲିଙ୍କ କରି ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ୍ କରିଛନ୍ତି ।

Leave A Reply

Your email address will not be published.