Latest Odisha News

BREAKING NEWS

Subhadra Yojana: ବାଦ ପଡ଼ିଥିବା ହିତାଧିକାରୀଙ୍କୁ ଯୋଡ଼ିବା ନେଇ କାଲି ବୈଠକରେ ହେବ ନିଷ୍ପତ୍ତି

ଭୁବନେଶ୍ଵର: ସୁଭଦ୍ରାକୁ ନେଇ ବଡ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଏହି ଯୋଜନାରୁ ବାଦ ପଡିଥିବା ହିତାଧିକାରୀ ସାମିଲ ହେବେ । ଆସନ୍ତାକାଲି ସୁଭଦ୍ରା ସମୀକ୍ଷା ବୈଠକ ଅନୁଷ୍ଠିତ ହେବ ବାଦ ପଡ଼ିଥିବା ହିତାଧିକାରୀଙ୍କୁ ସାମିଲ ହେବା ନେଇ ବୈଠକରେ ଆଲୋଚନା ହେବ ।

ଉପ ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ, ସୁଭଦ୍ରା ସମୀକ୍ଷା ବୈଠକ ପୂର୍ବରୁ ତିନି ବିଭାଗକୁ ତଥ୍ୟ ମାଗିଥିଲା ମହିଳା ଓ ଶିଶୁ କଲ୍ୟାଣ ବିଭାଗ । ପରିବହନ, ଖାଦ୍ୟ ଯୋଗାଣ ଏବଂ ସ୍ୱାସ୍ଥ୍ୟ ବିଭାଗକୁ ତଥ୍ୟ ମଗାଯାଇଥିଲା ।

ବାଣିଜ୍ୟ ଏବଂ ପରିବହନ ବିଭାଗକୁ ଚାରିଚକିଆ ଥିବା ମହିଳାଙ୍କ ତଥ୍ୟ ମାଗ ଯାଇଥିଲା । ସ୍ୱାସ୍ଥ୍ୟ ବିଭାଗକୁ ମୃତ ହିତାଧିକାରୀଙ୍କ ତାଲିକା ଯାଞ୍ଚ କରିବାକୁ କୁହାଯାଇଥିଲା । ସେହିପରି ଧାନ ବିକ୍ରି କରିଥିବା ମହିଳାଙ୍କ ନାଁରେ କେତେ ଜମି ପଞ୍ଜୀକରଣ ହୋଇଛି, ତାର ରିପୋର୍ଟ ଖାଦ୍ୟ ଯୋଗାଣ ବିଭାଗକୁ ମଗାଯାଇଥିଲା ।

ଏହି ତିନି ବିଭାଗର ରିପୋର୍ଟ ଆଧାରରେ ଆସନ୍ତାକାଲି ବସିବ ସୁଭଦ୍ରା ସମୀକ୍ଷା ବୈଠକ । ବାଦ ପଡିଥିବା ହିତାଧିକାରୀଙ୍କୁ ଯୋଡ଼ିବା ନେଇ ବୈଠକରେ ନିଷ୍ପତ୍ତି ହୋଇପାରେ ବୋଲି ଉପମୁଖ୍ୟମନ୍ତ୍ରୀ ପରିଡ଼ା କହିଛନ୍ତି ।

https://www.youtube.com/watch?v=7jjShP9yBZQ

Comments are closed.