Latest Odisha News

BREAKING NEWS

ଓଡ଼ିଶା ଉପକୂଳ ମୁହାଁ ଭୟଙ୍କର ‘ଅବପାତ’: ଆଗାମୀ ୨୪ ଘଣ୍ଟା ଅତି ଗୁରୁତ୍ୱପୂର୍ଣ୍ଣ, ୫ ଜିଲ୍ଲା ପାଇଁ ସର୍ବୋଚ୍ଚ ସତର୍କତା ‘ରେଡ୍ ୱାର୍ଣ୍ଣିଂ’

ଭୁବନେଶ୍ୱର: ରାଜ୍ୟରେ ପ୍ରଳୟଙ୍କରୀ ରୂପ ନେବାରେ ଲାଗିଛି ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ବାତ୍ୟା ସଦୃଶ ସ୍ଥିତି। ପୂର୍ବରୁ ସୃଷ୍ଟି ହୋଇଥିବା ଲଘୁଚାପଟି ଏବେ ଅଧିକ ଘନୀଭୂତ ହୋଇ ‘ଅବପାତ’ ରୂପ ଧାରଣ କରି ସାରିଛି।

ଏହା ସିଧାସଳଖ ଓଡ଼ିଶା ଉପକୂଳ ଆଡ଼କୁ ମାଡ଼ି ଆସୁଥିବାରୁ ରାଜ୍ୟର ଅଧିକାଂଶ ଭାଗରେ ବର୍ଷା ଲାଗି ରହିଛି । ପାଣିପାଗ ବିଭାଗର ସଦ୍ୟତମ ବୁଲେଟିନ୍ ଅନୁଯାୟୀ, ଆଗାମୀ ୨୪ ଘଣ୍ଟା ଓଡ଼ିଶା ପାଇଁ ଅତି ସଂକଟଜନକ ହେବାକୁ ଯାଉଛି। ତେଣୁ ସ୍ଥିତିର ଗମ୍ଭୀରତାକୁ ଦୃଷ୍ଟିରେ ରଖି ୫ଟି ଜିଲ୍ଲା ପାଇଁ ହାଇ-ଆଲର୍ଟ ବା ସର୍ବୋଚ୍ଚ ସତର୍କତା ଜାରି କରାଯାଇଛି।

 

ଏହି ସାମୁଦ୍ରିକ ଅବପାତଟି ସମ୍ପ୍ରତି ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଦ୍ରୁତ ଗତିରେ ଅଗ୍ରସର ହେଉଛି। ପାଣିପାଗ କେନ୍ଦ୍ରର ଆକଳନ ଅନୁଯାୟୀ, ଆଗାମୀ ୨4 ଘଣ୍ଟା ମଧ୍ୟରେ ଏହା ଓଡ଼ିଶା ଉପକୂଳ ଅତିକ୍ରମ କରିବ। ଚାନ୍ଦବାଲି ଏବଂ ପଶ୍ଚିମବଙ୍ଗର ଦିଘା ମଧ୍ୟରେ, ବିଶେଷ କରି ବାଲେଶ୍ୱର ନିକଟରେ ଏହା ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି।

 

ସୂଚନା ଅନୁଯାୟୀ, ଏହା ବର୍ତ୍ତମାନ ବାଲେଶ୍ୱରଠାରୁ ଦକ୍ଷିଣ-ଦକ୍ଷିଣପୂର୍ବ ଦିଗରେ ମାତ୍ର ୫୦ କିଲୋମିଟର ଏବଂ ଚାନ୍ଦବାଲିଠାରୁ ଉତ୍ତରପୂର୍ବ ଦିଗରେ ୬୦ କିଲୋମିଟର ଦୂରତାରେ କେନ୍ଦ୍ରୀଭୂତ ହୋଇ ରହିଛି। ଏହା ସ୍ଥଳଭାଗ ଆଡ଼କୁ ଆସୁଥିବାରୁ ସମୁଦ୍ର ଅଶାନ୍ତ ରହିବା ସହ ଉପକୂଳବର୍ତ୍ତୀ ଅଞ୍ଚଳରେ ପବନର ବେଗ ମଧ୍ୟ ବୃଦ୍ଧି ପାଉଛି।

 

୫ ଜିଲ୍ଲା ପ୍ରତି ବିପଦ, ୧୯ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ

ପ୍ରବଳରୁ ଅତି ପ୍ରବଳ ଏବଂ କେତେକ ସ୍ଥାନରେ ଅତ୍ୟନ୍ତ ଭୟଙ୍କର ବର୍ଷାର ଆଶଙ୍କା ଥିବାରୁ ରାଜ୍ୟର ଅଧାରୁ ଅଧିକ

 

ରେଡ୍ ୱାର୍ଣ୍ଣିଂ (୫ ଜିଲ୍ଲା): ସମ୍ବଲପୁର, ଅନୁଗୁଳ, ବୌଦ୍ଧ, ସୋନପୁର ଏବଂ କନ୍ଧମାଳ। ଏହି ଜିଲ୍ଲାଗୁଡ଼ିକରେ ବନ୍ୟା ଓ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହେବାର ସର୍ବାଧିକ ଆଶଙ୍କା ରହିଛି।

 

ଅରେଞ୍ଜ ୱାର୍ଣ୍ଣିଂ (୧୯ ଜିଲ୍ଲା): ରାଜ୍ୟର ଅନ୍ୟ ୧୯ଟି ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ସତର୍କ କରାଯାଇଛି।

 

ୟେଲୋ ୱାର୍ଣ୍ଣିଂ (୬ ଜିଲ୍ଲା): ବାକି ୬ଟି ଜିଲ୍ଲା ପାଇଁ ମଧ୍ୟ ପାଣିପାଗ ବିଭାଗ ସାଧାରଣ ସତର୍କ ସୂଚନା ଜାରି କରିଛି।

 

ଆଜି ସକାଳ ୧୦ଟା ସୁଦ୍ଧା ହସ୍ତଗତ ହୋଇଥିବା ସରକାରୀ ରିପୋର୍ଟ ଅନୁଯାୟୀ, ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ମୌସୁମୀ ଓ ଅବପାତର ମିଳିତ ପ୍ରଭାବରେ ଅଦ୍ଭୁତପୂର୍ବ ବର୍ଷା ରେକର୍ଡ କରାଯାଇଛି। କନ୍ଧମାଳ ଜିଲ୍ଲାର ଖଜୁରୀପଦାଠାରେ ସର୍ବାଧିକ ୨୭୬ ମିଲିମିଟର (ମିମି) ବର୍ଷା ହୋଇଥିବା ବେଳେ ବଲାଙ୍ଗୀରର ତୁରେଇକେଲାଠାରେ ୨୬୪ ମିମି ବର୍ଷା ରେକର୍ଡ କରାଯାଇଛି।

Leave A Reply

Your email address will not be published.