Latest Odisha News

ଆରବସାଗରରେ ସୃଷ୍ଟି ହେଲା ବାତ୍ୟା ‘ବିପର୍ଯ୍ୟୟ’, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

ଭୁବନେଶ୍ୱର: ଦକ୍ଷିଣପୂର୍ବ ଆରବ ସାଗରରେ ଗଭୀର ଅବପାତ, ବାତ୍ୟା ‘ବିପର୍ଯ୍ୟୟ’ରେ ପରିଣତ ହୋଇଛି । ଏବେ ବାତ୍ୟା ବାତ୍ୟା ‘ବିପର୍ଯ୍ୟୟ’ ପୂର୍ବକେନ୍ଦ୍ରୀୟ ଏବଂ ତତସଂଲଗ୍ନ ଦକ୍ଷିଣପୂର୍ବ ଆରବ ସାଗରରେ ରହିଛି । ଏହା କ୍ରମଶଃ ଉତ୍ତର ଦିଗରେ ଗତି କରି ଆଗାମୀ ୨୪ ଘଣ୍ଟାରେ ଆହୁରି ଘନୀଭୂତ ହୋଇ ଭୀଷଣ ବାତ୍ୟାରେ ପରିଣତ ହେବ ।

୯ ତାରିଖ ବେଳକୁ ବାତ୍ୟା ‘ବିପର୍ଯ୍ୟୟ’ ଅତି ଭୀଷଣ ବାତ୍ୟାରେ ପରିଣତ ହୋଇପାରେ । ବାତ୍ୟା ପ୍ରଭାବରେ ଦକ୍ଷିଣପୂର୍ବ ଓ ପୂର୍ବକେନ୍ଦ୍ରୀୟ ଆରବସାଗର ଅଶାନ୍ତ ରହିବ । କେରଳ, କର୍ଣ୍ଣାଟକ, ଗୋଆ ଉପକୂଳ ଅଶାନ୍ତ ରହିବ । ୧୦ ତାରିଖ ଯାଏ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ବାରଣ କରାଯାଇଛି ।

ଏଥିସହ ପଢ଼ନ୍ତୁ: ୧୨ ଘଣ୍ଟାରେ ଆରବସାଗରରେ ସୃଷ୍ଟି ହୋଇପାରେ ବାତ୍ୟା ‘ବିପର୍ଯ୍ୟୟ’

ତେବେ ବାତ୍ୟାର ସ୍ପଷ୍ଟ ଗତିପଥ ଏବଂ କେଉଁଠି ବାତ୍ୟା ‘ବିପର୍ଯ୍ୟୟ’ ସ୍ଥଳଭାଗ ଛୁଇଁବ ତାହା ସ୍ପଷ୍ଟ ଭାବେ ଜଣାପଡ଼ି ନାହିଁ । ବାତ୍ୟା ବିପର୍ଯ୍ୟୟର ନାମକରଣ ବାଂଲାଦେଶ କରିଛି ।

Comments are closed.