Latest Odisha News

BREAKING NEWS

ଟ୍ରେନ ଦୁର୍ଘଟଣା ପୀଡ଼ିତଙ୍କୁ ସହାୟତାର ହାତ ବଢାଇଲେ ମୁକେଶ ଅମ୍ବାନୀ : ପୀଡ଼ିତ ପରିବାରର ଜଣଙ୍କୁ ଦେବେ ଚାକିରି

ନୂଆଦିଲ୍ଲୀ: ବାଲେଶ୍ୱର ବାହାନାଗାରେ ଘଟିଯାଇଥିବା ହୃଦୟ ବିଦାରକ ଟ୍ରେନ ଦୁର୍ଘଟଣାକୁ ନେଇ ସାରା ବିଶ୍ୱ ଦୁଃଖ ପ୍ରକାଶ କରିଛି । ବିଶ୍ୱର ବହୁ ବଡ଼ ବଡ଼ ନେତାଙ୍କଠାରୁ ଆରମ୍ଭ କରି ବଲିଉଡ଼ର ଅଭିନେତା ଓ ଅଭିନେତ୍ରୀମାନେ ମଧ୍ୟ ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହିତ ଆହତଙ୍କ ତ୍ୱରିତ ଆରୋଗ୍ୟ କାମନା କରିଛନ୍ତି । ସେହିପରି ଟ୍ରେନ ଦୁର୍ଘଟଣାରେ ପୀଡିତ ଲୋକଙ୍କ ପାଇଁ ସହାନୁଭୁତି ଓ ସହାୟତାର ହାତ ବଢାଇଛନ୍ତି ବିଶିଷ୍ଟ ଉଦ୍ୟୋଗପତି ତଥା ରିଲାଏନ୍ସ ଗ୍ରୁପର ମାଲିକ ମୁକେଶ ଅମ୍ବାନୀ ।

ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ପୀଡ଼ିତ ପରିବାରକୁ ୬ମାସ ପର୍ଯ୍ୟନ୍ତ ମାଗଣାରେ ରାସନ ଦିଆଯିବ । ରିଲାଏନ୍ସ ଷ୍ଟୋର ଜରିଆରେ ଅଟା, ଚିନି, ଡାଲି, ଚାଉଳ, ଆଦି ସାମଗ୍ରୀ ମାଗଣାରେ ଯୋଗାଇ ଦିଆଯିବ । ସେହିପରି ପୀଡ଼ିତ ପରିବାରର ଜଣେ ସଦସ୍ୟଙ୍କୁ ଚାକିରି ଯୋଗାଇ ଦେବ । ଯେଉଁମାନେ ଦୁର୍ଘଟଣାରେ ଅଙ୍ଗ ହରାଇଥିବେ ସେମାନଙ୍କୁ ହୁଇଲ ଚେୟାର ଓ କୃତିମ ଅଙ୍ଗ ପ୍ରଦାନ କରାଯିବ । ଏଥିସହିତ ମାଗଣାରେ ସ୍ୱାସ୍ଥ୍ୟ ସୁବିଧା ସହିତ ଔଷଧ ବି ପ୍ରଦାନ କରାଯିବ । ଦୁର୍ଘଟଣାରେ ଶିକାର ହୋଇଥିବା ପୀଡିତ ମହିଳାମାନଙ୍କ ପ୍ରତି ବିଶେଷ ଧ୍ୟାନ ରଖିବ ଫାଉଣ୍ଡେସନ । କେବଳ ଏତିକି ନୁହେଁ, ଦୁର୍ଘଟଣାରେ ଶିକାର ହୋଇଥିବା ଗରିବ ଲୋକଙ୍କୁ ସେମାନଙ୍କ ଜୀବିକା ନିର୍ବାହ ପାଇଁ ଗାଇ, ମଇଁଷି, ଛେଳି ଓ କୁକୁଡା ଯୋଗାଇ ଦିଆଯିବ । ଏହା ସହିତ ମାଗଣାରେ ମୋବାଇଲ କନେକ୍ଟଟିଭିଟି ଯୋଗାଇ ଦିଆଯିବ ।

Leave A Reply

Your email address will not be published.