Latest Odisha News

BREAKING NEWS

ଅଗଷ୍ଟ ୨୮ରେ ଚଳିତ ବର୍ଷର ଦ୍ୱିତୀୟ ଚନ୍ଦ୍ର ଗ୍ରହଣ, ଜାଣନ୍ତୁ କେଉଁଠି ହେବ ଦୃଶ୍ୟମାନ…

ନୂଆଦିଲ୍ଲୀ: ଆସନ୍ତା ଅଗଷ୍ଟ ମାସ ୨୮ ତାରିଖରେ ସଙ୍ଗଠିତ ହେବ ଚଳିତ ବର୍ଷର ଦ୍ୱିତୀୟ ଚନ୍ଦ୍ର ଗ୍ରହଣ। ଗ୍ରହଣ ଓ ପରାଗ ସାଧରଣତଃ ଏକ ଛାଇ ଆଲୁଅର ଖେଳ ଯାହା ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀର ଏକ ବିଶେଷ ଅବସ୍ଥିତିରେ ଘଟିଥାଏ। ଚନ୍ଦ୍ରଗ୍ରହଣ କେବଳ ପୂର୍ଣ୍ଣମୀ ତିଥିରେ ହିଁ ପଡିଥାଏ।

ଅଗଷ୍ଟ ମାସ ୨୮ ତାରିଖ ଭାରତୀୟ ସମୟ ସକାଳ ୬ ଟା ୫୩ ମିନିଟରେ ଏହି ଚନ୍ଦ୍ର ଗ୍ରହଣ ଆରମ୍ଭ ହେବ। ଯେତେବେଳେ ଚନ୍ଦ୍ର ପୃଥିବୀର ଉପଛାୟା ରେ ପ୍ରବେଶ କରିବ। ଚନ୍ଦ୍ର ସକାଳ ୮ଟା ୦୪ ମିନିଟ ସମୟରେ ଛାୟା ରେ ପ୍ରବେଶ କରିବ ଓ ସେହି ସମୟରେ ଆଂଶିକ ଗ୍ରହଣ  ଆରମ୍ଭ ହୋଇ ସର୍ବାଧିକ ୯୬ % ଗ୍ରହଣ ସକାଳ ୯ଟା ୪୩ ମିନିଟରେ ଘଟିବ।  ଆଂଶିକ ଗ୍ରହଣ ପୂର୍ବାହ୍ନ ୧୧:୨୨ ଶେଷ ହେବ କିନ୍ତୁ ଚନ୍ଦ୍ର ଉପଛାୟାରେ ଦ୍ୱିପ୍ରହର ୧୨:୩୨ ଯାଏଁ ରହିବ। ତେଣୁ ଏହି ଚନ୍ଦ୍ର ଗ୍ରହଣ ଓଡିଶା ତଥା ଭାରତରେ ଦେଖାଯିବନାହିଁ। ଏହା ୟୁରୋପ, ଏସିଆର ପଶ୍ଚିମ, ଆଫ୍ରିକା, ଉତ୍ତର ଆମେରିକା, ଦକ୍ଷିଣ ଆମେରିକା, ପ୍ରଶାନ୍ତ ମହାସାଗର, ଆଟଲାଣ୍ଟିକ, ଭାରତ ମହାସାଗର, ଆଣ୍ଟାର୍କଟିକା ଆଦି ଏଞ୍ଚଳରେ ଦେଖାଯିବ।

ଚଳିତ ବର୍ଷ ୨୦୨୬ ମାର୍ଚ୍ଚ ୩ରେ ଏକ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ସଂଘଟିତ ହୋଇଥିଲା। ଯାହା ଓଡ଼ିଶା ସମେତ ଭାରତରେ ଆଂଶିକ ଭାବେ ଦୃଶ୍ୟମାନ ହୋଇଥିଲା। ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟ ଯାହାକୁ ଖାଲି ଆଖିରେ ସହଜରେ ଦେଖିହେବ। ଏହାର କୌଣସି ପ୍ରଭାବ ଆମ ଉପରେ ତଥା ପୃଥିବୀ ଉପରେ ନାହିଁ ବୋଲି ଜ୍ୟୋତିର୍ବିଦ ମାନେ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.