Latest Odisha News

BREAKING NEWS

ଚନ୍ଦା କୋଚରଙ୍କ ସ୍ୱାମୀ ଦୀପକ କୋଚରଙ୍କୁ ମିଳିଲା ଜାମିନ

ନୂଆଦିଲ୍ଲୀ: ଭିଡିଓକନ୍ ଋଣ ମାମଲାରେ ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଚନ୍ଦା କୋଚରଙ୍କ ସ୍ୱାମୀ ଦୀପକ କୋଚରଙ୍କୁ ଗୁରୁବାର ଦିନ ବମ୍ବେ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି।

ନଭେମ୍ବର, ୨୦୨୦ ରେ ଜାମିନ ଆବେଦନକୁ ଏକ ସ୍ୱତନ୍ତ୍ର କୋର୍ଟ ପ୍ରତ୍ୟାଖ୍ୟାନ କରିଥିଲେ।

ଦୁର୍ନୀତି ଏବଂ ଅର୍ଥ ହେରଫେର ଅଭିଯୋଗରେ ଉଭୟ ଚନ୍ଦା ଏବଂ ଦୀପକ କୋଚରଙ୍କୁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଏବଂ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଯାଞ୍ଚ କରୁଛନ୍ତି। ଉଭୟଙ୍କୁ ଇଡି ଏକାଧିକ ଥର ପଚରାଉଚରା କରିଛି।

ଭିଡିଓକନ୍ ଗ୍ରୁପକୁ ଋଣ ପ୍ରଦାନରେ ହୋଇଥିବା ଅନିୟମିତତାକୁ ନେଇ ଏହି ଅନୁସନ୍ଧାନ ଚାଲିଛି।

Leave A Reply

Your email address will not be published.