Latest Odisha News

BREAKING NEWS

କରୋନା କବଳରେ ରାଉରକେଲା NITର ୩ ଛାତ୍ର

ରାଉରକେଲା: ରାଉରକେଲା ସ୍ଥିତ ନ୍ୟାସନାଲ୍ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ଟେକ୍ନୋଲୋଜିର ୩ ଛାତ୍ର କରୋନା ଆକ୍ରାନ୍ତ ହୋଇଛନ୍ତି । ସୁନ୍ଦରଗଡ ଜିଲ୍ଲାପାଳ ଆଜି ଏହି ସୂଚନା ଦେଇଛନ୍ତି । କ୍ୟାମ୍ପସରେ ସଂକ୍ରମଣ ଯେପରି ନ ବ୍ୟାପିବ ସେନେଇ ପଦକ୍ଷେପ ନିଆଯାଇଥିବା କହିଛନ୍ତି ଜିଲ୍ଲପାଳ ନିଖିଲ ପବନ କଲ୍ୟାଣ । ସଂକ୍ରମତ ୩ ଛାତ୍ରଙ୍କୁ ଆଇସୋଲେସନରେ ରଖାଯାଇଛି । 

ସୁନ୍ଦରଗଡ଼ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢିବାରେ ଲାଗିଛି । ରାଉରକେଲା ରେଳ ଷ୍ଟେସନରେ ଯାତ୍ରୀଙ୍କ ଉପରେ କଡ଼ା ନଜର ରଖାଯାଇଛି  l ଘର ଘର ବୁଲି ସ୍ୱାସ୍ଥ୍ୟକର୍ମୀ ଯାଞ୍ଚ କରୁଥିବା ବେଳେ କଣ୍ଟାକ୍ଟ ଟ୍ରେସିଂ ମଧ୍ୟ ଜାରି ରହିଥିବା ଜିଲ୍ଲାପାଳ କହିଛନ୍ତି ।

Leave A Reply

Your email address will not be published.