ସୋନପତ: ଟୋକିଓ ଅଲିମ୍ପିକ ପାଇଁ ଯୋଗ୍ୟତା ଅର୍ଜନ କରି ସାରିଥିବା ଦୀପକ ପୁନିଆଙ୍କ ସମେତ ୩ ରେସଲର ଆଜି କରୋନା ପଜିଟିଭ ଥିବା ଜଣାପଡିଛି । ଭାରତୀୟ କ୍ରୀଡା ପ୍ରାଧୀକରଣ ବିଭାଗ (ସାଇ) ଗୁରୁବାର ଏହା ସ୍ପଷ୍ଟ କରିଛି । ସମସ୍ତ ରେସଲର ହରିୟାଣା ସୋନପତ ସାଇ ସେଂଟରରେ ଅଭ୍ୟାସ କରୁଥିଲେ । ୧ ସେପ୍ଟମ୍ବରଠାରୁ ଏଠାରେ ଜାତୀୟ ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଛି ।
ଦୀପକଙ୍କ ବ୍ୟତୀତ ନବୀନ ଓ କୃଷ୍ଣା ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି । ପୂର୍ବରୁ ବିନେଶ ଫୋଗଟ ଓ ତାଙ୍କ କୋଚ ମଧ୍ୟ ସଂକ୍ରମିତ ହୋଇଥିଲେ । ରେସଲର ଏବଂ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ କ୍ୱାରେଂଟାଇନରେ ରହିବା ପାଇଁ କୁହାଯାଇଛି ।
Comments are closed.