Latest Odisha News

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଦିଲ୍ଲୀର ରେଲୱେ ଟ୍ରାକ ଅଂଚଳରେ ଥିବା ୪୮,୦୦୦ ବସ୍ତି ଉଚ୍ଛେଦ ହେବ

ନୂଆଦିଲ୍ଲୀ: ମାନ୍ୟବର ସୁପ୍ରିମକୋର୍ଟ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି । ଏହା ଅନୁସାରେ ଦିଲ୍ଲୀର ରେଲୱେ ଟ୍ରାକ ଓ ଏହାର ଆଖ ପାଖ ଅଂଚଳରେ ଥିବା ୪୮,୦୦୦ ବସ୍ତି ଉଚ୍ଛେଦ ହେବ । ଏଥିରେ କୌଣସି ରାଜନୈତିକ ହସ୍ତକ୍ଷେପ ବରଦାସ୍ତ କରାଯିବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି । ବିଚାରପତି ଅରୁଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି । ୩ ମାସ ମଧ୍ୟରେ ପର୍ଯ୍ୟାୟ ଭିତିରେ ଏହାକୁ ଉଚ୍ଛେଦ କରାଯିବ ।

ସେହିପରି କୌଣସି କୋର୍ଟ ଏହା ଉପରେ ରୋକ ଲଗାଇ ପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶନାମାରେ କହିଛନ୍ତି । ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ ନିଦ୍ଦେଶକ୍ରମେ ଦିଲ୍ଲୀର ରେଲୱେ ଟ୍ରାକ ନିକଟରେ ଥିବା ବସ୍ତି ଉଚ୍ଛେଦ କରିବା ପାଇଁ ୨୦୧୮ରେ ସ୍ୱତନ୍ତ୍ର ଟାକ୍ସ ଫୋର୍ସ ଗଠନ ହୋଇଥିଲା । ମାତ୍ର ରାଜନୈତିକ ହସ୍ତକ୍ଷେପ ଯୋଗୁ କାର୍ଯ୍ୟ ଠିକ୍ ଭାବେ ହୋଇପାରି ନ ଥିଲା । ଏଥିନେଇ ରେଲୱେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ ।

Leave A Reply

Your email address will not be published.