ନୂଆଦିଲ୍ଲୀ: ସବୁ ଆଲୋଚନାକୁ ପଛରେ ପକାଇ ଶେଷରେ ବଲିଉଡ଼ର ଚର୍ଚ୍ଚିତ ପ୍ରେମୀ ଯୋଡ଼ି ଦିପିକା ପାଦୁକୋନ ଓ ରଣବୀର ସିଂହ ସେମାନଙ୍କର ବାହାଘର ତାରିଖ ଘୋଷଣା କରିଛନ୍ତି ।
ଏହି ବହୁଚର୍ଚ୍ଚିତ ବଲିଉଡ଼ ପ୍ରେମୀଙ୍କ ବିବାହ ଆସନ୍ତା ନଭେମ୍ବର ୧୪ ଓ ୧୫ ତାରିଖକୁ ଧାର୍ଯ୍ୟ ହୋଇଛି ।
ସୋସିଆଲ ମିଡ଼ିଆରେ ଉଭୟ ତାରକା ପ୍ରେମୀ ଗୋଟିଏ ମେସେଜ୍ ରେ ରବିବାର ଦିନ ଲେଖିଛନ୍ତି, “ଆମ ଉଭୟଙ୍କ ପରିବାରର ଆଶୀର୍ବାଦରୁ ଆସନ୍ତା ନଭେମ୍ବର ୧୪ ଓ ୧୫ ତାରିଖ ୨୦୧୮ ମସିହାରେ ବାହାଘର ଅନୁଷ୍ଠିତ ହେବାକୁ ଯାଉଛି । ଆପଣମାନଙ୍କର ଅଯାଚିତ ସ୍ନେହ, ପ୍ରେମ, ସଦିଚ୍ଛା ତଥା ଅତୁଳନୀୟ ଭଲପାଇବା ଯୋଗୁଁ ଆମେ ଦୁହେଁ ପରସ୍ପରକୁ ଭଲପାଇ ବିବାହ ବନ୍ଧନରେ ଛନ୍ଦି ହେବାକୁ ଯାଉଛୁ” ।
ଦିପିକା ପାଦୁକୋନ ତାଙ୍କର ଇନଷ୍ଟାଗ୍ରାମ ପ୍ରୋଫାଇଲରେ ଲେଖିଛନ୍ତି :
View this post on Instagram
Comments are closed.