Latest Odisha News

ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଦିନିକିଆରେ ଭାରତର ବିଜୟ ଲକ୍ଷ୍ୟ ୩୨୩ ରନ୍ !

ଗୌହାଟୀ: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଗୌହାଟୀରେ ଖେଳାଯାଉଥିବା ୧ମ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ ମ୍ୟାଚରେ ଭାରତ ସାମ୍ନାରେ ୱେଷ୍ଟଇଣ୍ଡିଜ ୩୨୩ ରନର ଏକ ଲଢୁଆ ବିଜୟଲକ୍ଷ୍ୟ ରଖିଛି ।

ଭାରତ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଭାରତ ପକ୍ଷରୁ ଋଷଭ ପନ୍ଥ ପ୍ରଥମ ଦିନିକିଆ ଆନ୍ତର୍ଜାତିକ ମ୍ୟାଚରେ ପଦାର୍ପଣ କରିଥିବା ବେଳେ ଇଣ୍ଡିଜ୍ ପକ୍ଷରୁ ସି ହେମରାଜ ଏବଂ ଓ ଥୋମାସ ଡ଼େବ୍ୟୁ ମ୍ୟାଚ୍ ଖେଳୁଛନ୍ତି ।

ପ୍ରଥମେ ବ୍ୟାଟିଂ କରି ୱେଷ୍ଟଇଣ୍ଡିଜ ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ ହରାଇ ୩୨୨ ରନ କରିଛି । ଦଳ ପକ୍ଷରୁ ୨୧ ବର୍ଷୀୟ ଉଦୀୟମାନ ବ୍ୟାଟ୍ସମ୍ୟାନ ସିରମନ୍ ହେଟମେୟର ୧୦୬ ରନ ଏବଂ ପାୱେଲ ୫୧ ରନ କରିଛନ୍ତି ।

ଭାରତ ପକ୍ଷରୁ ୟଜବେନ୍ଦ୍ର ଚହଲ୍ ୩ଟି, ମହମ୍ମଦ ସାମି ଓ ରବିନ୍ଦ୍ର ଜାଡ଼େଜା ୨ଟି କରି ୱିକେଟ୍ ଏବଂ ରାଜସ୍ଥାନ ଖେଳାଳି ଖଲ୍ଲିଲ୍ ଅହମ୍ମଦ ଗୋଟିଏ ୱିକେଟ ହାସଲ କରିଛନ୍ତି ।

ଭାରତୀୟ ଦଳ – ରୋହିତ ଶର୍ମା, ଶିଖର ଧାୱନ, ବିରାଟ କୋହଲୀ (ଅଧିନାୟକ), ଅମ୍ବାତି ରାୟଡୁ, ଋଷଭ ପନ୍ଥ, ମହେନ୍ଦ୍ର ସିଂହ ଧୋନୀ, ରବିନ୍ଦ୍ର ଜାଡ଼େଜା, ୟଜବେନ୍ଦ୍ର ଚହଲ, ଉମେଶ ଯାଦବ, ମହମ୍ମଦ ସାମି ଏବଂ ଖଲ୍ଲିଲ୍ ଅହମ୍ମଦ

Leave A Reply

Your email address will not be published.