Latest Odisha News

ରଣବୀରଙ୍କ ପୋଷାକ ଫିଙ୍ଗିଦେଉଥିଲେ ଦୀପିକା

ମୁମ୍ବାଇ: ବଲିଉଡ଼ ଅଭିନେତ୍ରୀ ଦୀପିକା ପାଦୁକୋନ୍ ପତି ରଣବୀର ସିଂଙ୍କ ପୋଷାକ ଫିଙ୍ଗିଦିଅନ୍ତି । ତାଙ୍କୁ ଯେଉଁ ପୋଷାକ ପସନ୍ଦ ଆସେନି, ଏଣୁ ତେଣୁ କହି ଫିଙ୍ଗିଦିଅନ୍ତି । ହେଲେ ଏବେ ଆଉ ଏମିତି କରୁନାହାନ୍ତି । ନୂଆନୂଆ ହେଉଥିଲା । ବିବାହ ପରେ ରଣବୀର-ଦୀପିକା ଯେବେଠୁ ଏକାଠି ରହୁଥିଲେ । ସେତେବେଳ ଏଭଳି ହରକତ ଚାଲୁଥିଲା ।

‘କଫି ଓ୍ବିଥ୍ କରନ-୭’ରେ ସାକ୍ଷାତକାର ବେଳେ ରଣବୀର ସିଂ ଏଭଳି ବ୍ୟକ୍ତିଗତ କଥା କହିଛନ୍ତି । ପାରିବାରିକ ବ୍ୟକ୍ତିଗତ କଥା କହିବାକୁ ଅସହଜ ଭାବୁନଥିବା ରଣବୀର ଆହୁରି ମଧ୍ୟ ତାଙ୍କ ଶାଶୁଙ୍କ ବିଷୟରେ କହିଛନ୍ତି ।

ଏପରିକି ଦୀପିକାଙ୍କ ମା’ ମଧ୍ୟ ବେଳେବେଳେ ଏମିତି କରୁଥିଲେ ବୋଲି କହିଛନ୍ତି ରଣବୀର । ହେଲେ ଏବେ ଦୀପିକା ଆଉ ସେ ୧୦ ବର୍ଷ ହେଲାଣି ଏକାଠି ରହୁଛନ୍ତି । ତେଣୁ ଏବେ ଆଉ ସେମିତି କିଛି ଅସୁବିଧା ହେଉନି ।

ବିବାହ ପରେ ରଣବୀରଙ୍କୁ ତାଙ୍କ ବା ଆଲମାରୀ ବଦଳେଇବାକୁ ପଡ଼ିଛି । ଏବେ ତାଙ୍କର ଦୁଇଟି ଆଲମାରୀ ଅଛି । ଯାହା ଭିତରୁ ସେ ବେଙ୍ଗାଲୁରୁ ଗଲା ବେଳେ ବ୍ଲୁ ଜିନ୍ସ ଏବଂ ହ୍ବାଇଟ ଟି-ସାର୍ଟ ପିନ୍ଧନ୍ତି ।

ବେଶଭୂଷାକୁ ନେଇ ଏମିତି ବେଳେବେଳେ ଫୋପଡ଼ା ଫିଙ୍ଗା ହେଲେ ବି ଦୀପିକା ଏବଂ ରଣବୀରଙ୍କ ମଧ୍ୟରେ ସେମିତି କିଛି ତିକ୍ତତା ନାହିଁ । ଉଭୟ ୧୦ ବର୍ଷରୁ ଅଧିକ ଦିନ ହେଲାଣି ଏକାଠି ରହୁଛନ୍ତି ।

୨୦୧୮ରୁ ବିବାହ ପରେ ପରେ ଦୀପିକାଙ୍କ ମା’ ଅର୍ଥାତ୍ ରଣବୀରଙ୍କ ଶାଶୁ ତାଙ୍କୁ ବୁଝିପାରୁନଥିଲେ । ହେଲେ ଏବେ ସେମାନେ ପରସ୍ପର ସହ ସମୟ ବିତାଇ ଦୁହେଁ ଦୁହିଁଙ୍କୁ ଜାଣି ଗଲେଣି । ଏବେ ସେ ରଣବୀରଙ୍କୁ ନିଜ ମା’ ଭଳି ଲାଗୁଛନ୍ତି ବୋଲି ରଣବୀର କହିଛନ୍ତି ।

Comments are closed.