ନୂଆଦିଲ୍ଲୀ: କରୋନା ମହାମାରୀ ଏବେ ଭାରତକୁ ଅସ୍ତବ୍ୟସ୍ତ କରି ଦେଲାଣି । ଏହି ସଙ୍କଟ ବେଳେ ମୂଖ୍ୟ ସମସ୍ୟା ଭାବେ ଉଭା ହୋଇଛି ଅକ୍ସିଜେନ । ଶୁକ୍ରବାର ଜର୍ମାନୀରୁ ୨୩ଟି ଅକ୍ସିଜେନ କ୍ଷମତା ରଖିଥିବା ପ୍ଳାଂଟ ଆଣିବା ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ନିଷ୍ପତି ନେଇଛି । ଜର୍ମାନୀରୁ ବିମାନ ଯୋଗେ ଏହି ମୋବାଇଲ ଅକ୍ସିଜେନ ପ୍ଲାଂଟ ଘଂଟାକରେ ୨୪ ଶହ ଲିଟର ଅମ୍ଳଜାନ ଉତ୍ପାଦନ କରିବ । ଏଗୁଡିକ ସହଜରେ ଗୋଟିଏ ସ୍ଥାନରୁ ଅନ୍ୟତ୍ର ନିଆଯାଇ ପାରିବ ।
ସପ୍ତାହକ ମଧ୍ୟରେ ଏଗୁଡିକ ଭାରତ ଆସିଯିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ ଘୋଷଣା କରାଯାଇଛି । ଏହା ପରେ ଅନ୍ୟ ଦେଶଗୁଡିକରୁ ମଧ୍ୟ ଆବଶ୍ୟକ ପଡିଲେ ଆହୁରି ଅଧିକ ପ୍ଳାଂଟ ଅଣାଯିବ ।
Comments are closed.