Latest Odisha News

BREAKING NEWS

ହେଲିକପ୍ଟର କ୍ରାସ୍ ଘଟଣାରେ ସିଡିଏସ୍ ବିପିନ ରାୱତଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ହେଲିକପ୍ଟର କ୍ରାସ୍ ଘଟଣାରେ ସିଡିଏସ୍ ବିପିନ ରାୱତଙ୍କ ପରଲୋକ । ହେଲିକପ୍ଟର ଦୁର୍ଘଟଣାରେ ସିଡିଏସଙ୍କ ବିପିନ ରାୱତଙ୍କ ମୃତ୍ୟୁ ନେଇ ସ୍ପଷ୍ଟ କଲା ବାୟୁସେନା । ଟ୍ୱିଟ୍ ଯୋଗେ ସ୍ପଷ୍ଟ କଲା ଭାରତୀୟ ବାୟୁସେନା । ସିଡିଏସ୍ ବିପିନ ରାୱତଙ୍କ ପତ୍ନୀ ମଧୁଲିକା ରାୱତଙ୍କ ମଧ୍ୟ ପରଲୋକ । ଉଭୟଙ୍କ ସହ ମୋଟ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ କହିଲା ବାୟୁସେନା । କେବଳ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଗ୍ରୁପ୍ କ୍ୟାପ୍ଟେନ ବରୁଣ ସିଂହ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ।

ତାମିଲନାଡୁର କୁନ୍ନୁରରେ ହୋଇଥିବା ବାୟୁସେନା ବିମାନ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି ପାଇଛି । ପ୍ରାରମ୍ଭିକ ଭାବରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ଖବର ପ୍ରକାଶ ପାଇଥିବା ବେଳେ ପରବର୍ତ୍ତୀ ସମୟରେ ଏହା ୧୩କୁ ବୃଦ୍ଧି ପାଇଛି । ୧୩ଟି ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ମୃତକଙ୍କ ମଧ୍ୟରେ ଜଣେ ମହିଳା ରହିଥିବା ଜଣାପଡିଛି ।

ଚପରରେ ସିଡିଏସ୍ ବିପିନ ରାୱତଙ୍କ ପତ୍ନୀ ମଧୁଲିକା ରହିଥିବା ବେଳେ ସେ ପ୍ରାଣ ହରାଇଥିବା ଆଶଙ୍କା କରାଯାଉଛି । ମୃତ ଶରୀର ଗୁଡିକ ଅଧିକ ଜଳି ଯାଇଥିବାରୁ ଚିହ୍ନଟ କରିବା ପାଇଁ ଡିଏନଏ ପରୀକ୍ଷା କରାଯିବ  ।

Comments are closed.