Latest Odisha News

BREAKING NEWS

ସିଗାରେଟ୍, ତମାଖୁ ବ୍ୟାନ କଲା ଦିଲ୍ଲୀ ଏମ୍ସ: ଖିଲାପକାରୀ ଦେବେ ଜରିମାନା

ନୂଆଦିଲ୍ଲୀ: ଡାକ୍ତର ହେଉ ଅବା ରୋଗୀ କିମ୍ୱା କର୍ମଚାରୀ ସମସ୍ତଙ୍କ ପାଇଁ ଦିଲ୍ଲୀ ଏମ୍ସ ଭିତରେ ଲାଗିଲା କଟକଣା । ଏମ୍ସକୁ ସିଗାରେଟ ଓ ଗୁଟଖା ନେଇ ଯିବେ ନାହିଁ ଏମାନେ । ଯଦି ନିୟମ ଖିଲାପ କରନ୍ତି, ତେବେ ଲାଗିବ ଜରିମାନା । ଦୃଢ କାର୍ଯ୍ୟାନୁଷ୍ଠାନ ବି ନିଆଯିବ ।

ଏନେଇ ନେଇ ଜାରି କରିଛି ନୋଟିଫିକେସନ୍  । ଧୂମ୍ରପାନ ଓ ଅନ୍ୟ ତମାଖୁ ଉତ୍ପାଦ ଗୁଡିକର ବ୍ୟବହାର ଉପରେ କଟକଣା ଲାଗିବା ସହିତ ଆଡଭାଇଜରି ଜାରି କରିଛି । ଏଥିରେ ନିର୍ଦ୍ଦେଶ ରହିଛିଯେ, ହସପିଟାଲ ପରିସରରେ ଯଦି କେହି ରୋଗୀ କିମ୍ୱା ତାଙ୍କ ସମ୍ପର୍କୀୟ ଧୂମପାନ ଓ ତମାଖୁ ସେବନ କଲାବେଳେ ଧରାପଡନ୍ତି, ତେବେ ତାଙ୍କୁ ୨ଶହ ଟଙ୍କା ଜରିମାନା ଦେବାକୁ ପଡିବ । ଏମ୍ସ ପରିସରକୁ ‘ତମାଖୁ ଫ୍ରି ଜୋନ୍’ ଘୋଷଣା କରାଯାଇଥିବାରୁ ଏପରି ପଦକ୍ଷେପ ନେଇଛନ୍ତି ଏମ୍ସ କର୍ତ୍ତୃପକ୍ଷ ।

Leave A Reply

Your email address will not be published.