Latest Odisha News

BREAKING NEWS

ଦିଲ୍ଲୀ ବଜେଟ ମଙ୍ଗଳବାର ହେବନି ଉପସ୍ଥାପିତ, କେନ୍ଦ୍ରକୁ ଦୋଷ ଦେଲା ଆପ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭାରେ ବଜେଟ ଉପସ୍ଥାପନ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି । ରିପୋର୍ଟ ମୁତାବକ ମଙ୍ଗଳବାର ବଜେଟ ଉପସ୍ଥାପିତ ହେବନି । କେନ୍ଦ୍ର ସରକାରଙ୍କ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଦ୍ୱାରା ବଜେଟ ଏ ପର୍ଯ୍ୟନ୍ତ ଅନୁମୋଦନ ହୋଇ ନାହିଁ । ଦିଲ୍ଲୀରେ ବଜେଟ ଉପସ୍ଥାପନ ପାଇଁ କେନ୍ଦ୍ର ସରକାରଙ୍କ ଅନୁମୋଦନ ଆବଶ୍ୟକ । ଆମ ଆଦମୀ ପାର୍ଟି ମୂଖ୍ୟ ତଥା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କେନ୍ଦ୍ର ସରକାର ଜାଣିଶୁଣି ଏହା ଉପରେ ରୋକ ଲଗାଇଛି ବୋଲି ଅଭିଯୋଗ ଆଣିଛନ୍ତି । ସେ ଏ ନେଇ କ୍ଷମତାସୀନ ବିଜେପି ସରକାର ଗୁଣ୍ଡାମୀ କରୁଛି ବୋଲି କହିଛନ୍ତି ।

ମାର୍ଚ୍ଚ ୨୧ରେ ବଜେଟ ଉପସ୍ଥାପନ ହେବାକୁ ଥିଲା । ଭିତିଭୂମି ଅପେକ୍ଷା ଦିଲ୍ଲୀ ସରକାର ବିଜ୍ଞାପନ ଉପରେ ହୋଇଥିବା ଖର୍ଚ୍ଚର ବଜେଟ କେନ୍ଦ୍ରକୁ ପଠାଇଥିଲା । ଏହା ପରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ସରକାରଙ୍କୁ ନୋଟିସ ଜାରୀ କରି ସ୍ପଷ୍ଟକରଣ ମାଗିଥିଲା । ଦିଲ୍ଲୀ ସରକାର ପକ୍ଷରୁ ଏ ପର୍ଯ୍ୟନ୍ତ ଏହାର ଉତର ଦିଆଯାଇ ନାହିଁ । ଦିଲ୍ଲୀର ଅର୍ଥ ମନ୍ତ୍ରୀ କୈଳାସ ଗେହେଲେଟ ବଜେଟ ପ୍ରସ୍ତୁତ କରିଛନ୍ତି ।

Leave A Reply

Your email address will not be published.