Latest Odisha News

BREAKING NEWS

ସମସ୍ତଙ୍କ ସାମ୍ନାରେ ଅଭିନେତ୍ରୀ ଶ୍ରୀୟାଙ୍କୁ ଚୁମ୍ବନ ଦେଲେ ପତି ଆଣ୍ଡ୍ରେଇ

ମୁମ୍ବାଇ : ପୁଣି ଚର୍ଚ୍ଚାରେ ‘ଦୃଶ୍ୟମ’ର ଅଭିନେତ୍ରୀ ଶ୍ରୀୟା ସାରନ୍ । ସମସ୍ତଙ୍କ ସାମ୍ନାରେ ଶ୍ରୀୟାଙ୍କୁ ଚୁମ୍ବନ ଦେଲେ ତାଙ୍କ ସ୍ୱାମୀ ଆଣ୍ଡ୍ରେଇ କୋଶେଭ । ଏହାକୁ ନେଇ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଚର୍ଚ୍ଚା । ଅନେକ ଏହାକୁ ଟ୍ରୋଲ ମଧ୍ୟ କରିଛନ୍ତି ।

ଫିଲ୍ମ ଇଭେଣ୍ଟ ସମୟରେ ଶ୍ରୀୟା ଏବଂ ତାଙ୍କ ସ୍ୱାମୀ ଆଣ୍ଡ୍ରେଇ ଖୋଲାଖୋଲି ଭାବରେ ନିଜ ପ୍ରେମକୁ ପ୍ରକାଶ କରନ୍ତି । ଥରେ କିମ୍ବା ଦୁଇଥର ନୁହେଁ, ସେମାନେ ଅନେକ ଥର କ୍ୟାମେରା ଆଗରେ ଲିପ୍ କିଶ୍‌୍ କରି ଚର୍ଚ୍ଚାକୁ ଆସିଛନ୍ତି । ନିକଟରେ ଏକ ଇଭେଣ୍ଟରେ, ଯେତେବେଳେ ଆଣ୍ଡ୍ରେଇ ପୁଣି ଥରେ ତାଙ୍କ ପତ୍ନୀ ଶ୍ରୀୟାଙ୍କୁ କୁଣ୍ଡାଇ ଚୁମ୍ବନ ଦେଉଥିବା ଦେଖିବାକୁ ମିଳିଥିଲା, ପ୍ରଶଂସକମାନେ ଏହାକୁ ଗ୍ରହଣ କରିପାରି ନ ଥିଲେ ।

ନିକଟରେ ସ୍ୱାମୀ ଆଣ୍ଡ୍ରେଇଙ୍କ ସହ ଶ୍ରୀୟା ‘କବଜା’ର ସ୍କ୍ରିନିଂରେ ପହଞ୍ଚିଥିଲେ । ଏହି ସମୟରେ ପାପାରାଜିଙ୍କୁ ଫଟୋ ପୋଜ୍ ଦେବାବେଳେ ଏହି ଦମ୍ପତ୍ତି ପୁଣି ଥରେ ରୋମାଣ୍ଟିକ୍ ହୋଇ ପଡ଼ିଥିଲେ । ଏହି ସମୟରେ ଆଣ୍ଡ୍ରେଇ ଶ୍ରୀୟାଙ୍କୁ ବାରମ୍ବାର ଆଲିଙ୍ଗନ କରି ଚୁମ୍ବନ ଦେଉଥିବା ଦେଖିବାକୁ ମିଳିଥିଲା । ପ୍ରତ୍ୟେକ ଇଭେଣ୍ଟରେ ଶ୍ରୀୟା ଏବଂ ଆଣ୍ଡ୍ରେଇ ସମାନ କାର୍ଯ୍ୟ କରି ଆସୁଛନ୍ତି । ଏହି ଭିଡ଼ିଓ ଦେଖି ପ୍ରଶଂସକମାନେ ଭିନ୍ନ ଭିନ୍ନ ମତ ଦେଇଛନ୍ତି । ଜଣେ ପ୍ରଶଂସକ କହିଛନ୍ତି, ବୃଦ୍ଧା ବୟସରେ ରୋମାଣ୍ଟିକ ହେବାକୁ ବାଧ୍ୟ ହେଉଛନ୍ତି । ଆଉ କିଏ ଦୁହେଁ ଘରେ ସମୟ ପାଉ ନାହାନ୍ତି ବୋଲି ମତ ଦେଇଛନ୍ତି ।
ଶ୍ରୀୟାଙ୍କ ସ୍ୱାମୀ ଆଣ୍ଡ୍ରେଇ ଜଣେ ଟେନିସ୍ ଖେଳାଳି ଏବଂ ବ୍ୟବସାୟୀ । ଲିପ କିସ୍‌୍ ବିଷୟରେ ଶ୍ରୀୟା କୁହନ୍ତି, ଲୋକଙ୍କ କାମ ହେଉଛି ଟ୍ରୋଲ୍ କରିବା ଏବଂ ମୋର କାମ ହେଉଛି ଏହାକୁ ଅଣଦେଖା କରିବା । ଆଣ୍ଡ୍ରେଇଙ୍କୁ ଚୁମ୍ବନ ଦେବା ସ୍ୱାଭାବିକ, ତେଣୁ ସେ ଏପରି କରନ୍ତି ।

Leave A Reply

Your email address will not be published.