Latest Odisha News

BREAKING NEWS

ପେଟ୍ରୋଲ ପମ୍ପରେ ଆତଙ୍କ, ଧାରୁଆ ଅସ୍ତ୍ରରେ କର୍ମଚାରୀଙ୍କୁ ଆକ୍ରମଣ କରି ଥାନାରେ ୩ ଅଟକ

ଭୁବନେଶ୍ୱର: ସୋମବାର ସନ୍ଧ୍ୟା ସମୟରେ କଳ୍ପନା ଛକରେ ଥିବା ପେଟ୍ରୋଲ ପମ୍ପରେ ଜଣେ ଯୁବକ ଆତଙ୍କ ଖେଳାଇ ଦେଇଥିଲେ । ଧାରୁଆ ଅସ୍ତ୍ର ଧରି ଗୋଡ଼ାଇବା ସହ ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ ।

ପେଟ୍ରୋଲ ପମ୍ପ କର୍ମଚାରୀ ଓ ଗ୍ରାହକ ଉକ୍ତ ଯୁବକଙ୍କୁ କାବୁ କରି ବଡ଼ଗଡ଼ ପୋଲିସ ଜିମା ଦେଇଥିଲେ । ପୋଲିସ ଆକ୍ରମଣକାରୀ ଯୁବକ ସହ ଆଉ ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ତେବେ ଯୁବକ ଜଣଙ୍କ କେଉଁ ପରିସ୍ଥିତିରେ ଓ କାହିଁକି ମାରଣାସ୍ତ୍ର ଧରି ପେଟ୍ରୋଲ ପମ୍ପରେ ଆତଙ୍କ ଖେଳାଇଥିଲେ ଜଣାପଡ଼ି ନାହିଁ ।

ଯୁବକଙ୍କ ଆକ୍ରମଣରେ ଆହତ ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ବଡ଼ଗଡ଼ ଥାନା ପୋଲିସ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରିଛି । ତେବେ ସନ୍ଧ୍ୟା ବେଳେ ଭିଡ଼ ସମୟରେ ମାରଣାସ୍ତ୍ର ଧରି ଯୁବକ ଏଭଳି କାଣ୍ଡ ଘଟାଇଥିବାରୁ ରାଜଧାନୀ କେତେ ସୁରକ୍ଷିତ ବୋଲି ପ୍ରଶ୍ନ ଉଠୁଛି ।

Leave A Reply

Your email address will not be published.