Latest Odisha News

BREAKING NEWS

ଦିଲ୍ଲୀରେ ସିରିଜ୍ ଦୁର୍ଘଟଣା; ଜଣେ ମୃତ, ୬ ଗୁରୁତର

ନୂଆଦିଲ୍ଲୀ: ପୂର୍ବ ଦିଲ୍ଲୀର ଗାଜିପୁରରେ ସିରିଜ୍ ଦୁର୍ଘଟଣା ଘଟିଛି । ଗତକାଲି ରାତିରେ ଏକ ଟ୍ୟାକ୍ସି ୧୫ରୁ ଅଧିକ ଲୋକଙ୍କୁ ଧକ୍କା ଦେଇଥିଲା । ଏଥିରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି । ସେ ହେଉଛନ୍ତି ଖୋଡା କଲୋନୀର ୨୨ ବର୍ଷୀୟା ସୀତା ଦେବୀ। ୬ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଗୁରୁତର ଆହତଙ୍କୁ  ଲାଲ ବାହାଦୁର ଶାସ୍ତ୍ରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣାଗ୍ରସ୍ତ କାରଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି ।

ସୂଚନାଅନୁସାରେ,  ବୁଦ୍ଧ ବଜାର ଠାରୁ ମୟୂର ବିହାର ଯାଏଁ ଟ୍ୟାକ୍ସ ଡ୍ରାଇଭର ଏହି ସିରିଜ୍ ଦୁର୍ଘଟଣା ଘଟାଇଛି । ଟ୍ୟାକ୍ସି ଡ୍ରାଇଭର ମଦ ପିଇ ଗାଡି ଚଲାଉଥିବାରୁ ଏହି ଦୁର୍ଘଟଣା ଘଟାଇଥିବା ଜଣାପଡ଼ିଛି ।  ଗୁରୁତର ଆହତଙ୍କ ମଧ୍ୟରେ ୪ ଜଣ ମହିଳା ଓ ଦୁଇ ଜଣ ପୁରୁଷ ଅଛନ୍ତି।

ଦୁର୍ଘଟଣା ଘଟିବା ପରେ ସ୍ଥାନୀୟ ଲୋକେ ଟ୍ୟାକ୍ସି ଡ୍ରାଇଭରକୁ କାବୁ କରି ନିକଟସ୍ଥ ଥାନାକୁ ହସ୍ତାନ୍ତର କରିଥିଲେ । ଏହି ଦୁର୍ଘଟଣା ପରେ ଲୋକେ ରାସ୍ତାରୋକ କରିଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା ।

Leave A Reply

Your email address will not be published.