Latest Odisha News

BREAKING NEWS

କଦାପି ପ୍ରତ୍ୟାହାର ହେବନି ନାଗରିକତା ସଂଶୋଧନ ଆଇନ: ଅମିତ ଶାହ

ନୂଆଦିଲ୍ଲୀ: ଦୀର୍ଘ ଦିନର ଅପେକ୍ଷା ପରେ ନାଗରିକତା ସଂଶୋଧନ ଆଇନ (ସିଏଏ) ସାରା ଦେଶରେ ଲାଗୁ ହୋଇଛି । କିନ୍ତୁ ବିରୋଧୀ ଏହାକୁ ବିରୋଧ କରିବା ଜାରି ରଖିଛନ୍ତି । ଏହି ପରିପ୍ରେକ୍ଷୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଅନେକ ଥର ବିବୃତ୍ତି ଦେଇଛନ୍ତି ଯେ ଲୋକସଭା ନିର୍ବାଚନ ପୂର୍ବରୁ ସିଏଏ ଆଇନ କାର୍ଯ୍ୟକାରୀ ହେବ ।

ଏହି ସମୟରେ ଅମିତ ଶାହ ପୁଣି କହିଛନ୍ତି ଯେ, ‘ସିଏଏ ଆଇନ କେବେ ପ୍ରତ୍ୟାହାର କରାଯିବ ନାହିଁ । ଆମ ଦେଶରେ ଭାରତୀୟ ନାଗରିକତା ନିଶ୍ଚିତ କରିବା ଆମର ସାର୍ବଭୌମ ଅଧିକାର । ଆମେ ଏହା ଉପରେ କଦାପି ଆପୋଷ ବୁଝାମଣା କରିବୁ ନାହିଁ’ ।

ସିଏଏ କୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦେଇଥିବା ବୟାନ ଉପରେ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ଶାହ । ସେ କହିଛନ୍ତି ଯେ, ‘ଆଉ ବେଶି ଦିନ ନୁହେଁ, ଖୁବଶୀଘ୍ର ବିଜେପି ପଶ୍ଚିମବଙ୍ଗରେ ମଧ୍ୟ ସରକାରକୁ ଆସିବ । ସେଠାରେ ମଧ୍ୟ ଅନୁପ୍ରବେଶକୁ ରୋକାଯିବ । ଶରଣାର୍ଥୀଙ୍କୁ ନାଗରିକତା ଦେବାକୁ ବିରୋଧ କରୁଥିବା ଲୋକଙ୍କୁ ଦେଶବାସୀ ସାଥ୍ ଦେବେନି ବୋଲି ଶାହା କହିଛନ୍ତି’ ।

ବିରୋଧୀଙ୍କୁ ଟାର୍ଗେଟ୍ କରି ସେ କହିଛନ୍ତି ଯେ, ‘ସେମାନଙ୍କର ଇତିହାସ ହେଉଛି ଯେ ସେମାନେ ଯାହା କୁହନ୍ତି, ତାହା କରନ୍ତି ନାହିଁ, ମୋଦି ଜୀଙ୍କର ଇତିହାସ ହେଉଛି ବିଜେପି କିମ୍ବା ମୋଦି ଜୀ ଯାହା କହିଛନ୍ତି ତାହା ନିଶ୍ଚୟ କରିଛନ୍ତି । ମୋଦିଙ୍କର ପ୍ରତ୍ୟେକ ଗ୍ୟାରେଣ୍ଟି ପୂରଣ ହୋଇଛି । ବିରୋଧୀଙ୍କ ଅନ୍ୟ କୌଣସି କାମ ନାହିଁ । ସର୍ଜିକାଲ ଷ୍ଟ୍ରାଇକ ଏବଂ ଏୟାର ଷ୍ଟ୍ରାଇକରେ ରାଜନୈତିକ ଲାଭ ଥିଲା, ହେଲେ ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ ନୁହେଁ କି ବୋଲି ପ୍ରଶ୍ନ କରିଛନ୍ତି ଶାହା ।

ସେହିଭଳି ଧାରା ୩୭୦ ଉଚ୍ଛେଦ କଥା ଉଠାଇ ମଧ୍ୟ ବିରୋଧୀଙ୍କ ଉପରେ କେନ୍ଦ୍ର ଗୃହମନ୍ତ୍ରୀ ବର୍ଷିଛନ୍ତି । ଶାହା କହିଛନ୍ତି, ୧୯୫୦ରୁ ଆମେ କହୁଥିଲୁ, ଧାରା ୩୭୦ ହଟେଇବୁ । ତାଙ୍କର ଇତିହାସ ଅଛି ଯେ, ସେମାନେ ଯାହା କୁହନ୍ତି, ତାହା କରନ୍ତିନି । ହେଲେ ଆମେ ଯାହା କହୁ, ସେୟା କରୁ ବୋଲି ଶାହ କହିଛନ୍ତି ।

Leave A Reply

Your email address will not be published.