Latest Odisha News

BREAKING NEWS

କୋଭିଡ୍ ଟିକା ନେଲେ ଅରବିନ୍ଦ କେଜ୍ରିଓ୍ୱାଲ

ନୂଆଦିଲ୍ଲୀ: ଦେଶରେ ଦ୍ୱିତୀୟ ପର୍ୟ୍ୟାୟ କୋଭିଡ୍ ଟିକାକରଣ ଚାଲିଛି । ଆଜି କୋଭିଡ୍ ଟିକା ନେଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ୍ । ଦିଲ୍ଲୀ ସ୍ଥିତ ଏଲଏନଜେପି ହସ୍ପିଟାଲରେ ସେ ଟିକା ନେଇଛନ୍ତି । ଏହାସହ କେଜ୍ରିଓ୍ୱାଲଙ୍କ ବାପା-ମାଆ ବି ଟିକା ନେଇଛନ୍ତି । ସେମାନଙ୍କୁ ଦିଆଯାଇଛି କୋଭିସିଲ୍ଡ ଟିକା ।

୫୨ ବର୍ଷୀୟ ଅରବିନ୍ଦ କେଜ୍ରିଓ୍ୱାଲଙ୍କର ଡାଏବେଟିସ୍ ଅଛି । ୧୦ବର୍ଷ ହେବ ତାଙ୍କର ଚିକିତ୍ସା ଚାଲିଛି । ୪୫ବର୍ଷରୁ ୫୯ ବର୍ଷ ଭିତରେ ଅନ୍ୟାନ୍ୟ ରୋଗରେ ପୀଡ଼ିତ ଏବେ ଟିକା ନେଉଛନ୍ତି । ସେହିପରି ୬୦ବର୍ଷରୁ ଅଧିକ ବୟସ୍କଙ୍କୁ ବି ଟିକା ଦିଆଯାଉଛି ।

ଟିକା ନେବା ପରେ କେଜ୍ରିଓ୍ୱାଲ କହିଛନ୍ତି, ସେ ଓ ତାଙ୍କ ବାପାମାଆ କୋବିସିଲ୍ଡ ଟିକା ନେଇଛନ୍ତି । ସେମାନଙ୍କ ପାଖରେ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ଦେଖା ଦେଇ ନାହିଁ । କେଜ୍ରିଓ୍ୱାଲ କହିଛନ୍ତି, ଯେଉଁମାନେ ଟିକା ନେବାକୁ ଯୋଗ୍ୟ ଭୟ ନକରି ତୁରନ୍ତ ଟିକା ନିଅନ୍ତୁ ।

Leave A Reply

Your email address will not be published.