Latest Odisha News

BREAKING NEWS

ରାଜଧାନୀର ଓଭରବ୍ରିଜ୍‌ରେ ଗୁଳିମାଡ଼, ଏଏସଆଇଙ୍କୁ ହତ୍ୟା

ନୂଆଦିଲ୍ଲୀ: ଦିଲ୍ଲୀର ମିତ୍‌ ନଗର ସ୍ଥିତ ଓଭରବ୍ରିଜ୍‌ରେ ଗୁଳିମାଡ଼। ଓଭରବ୍ରିଜ୍‌ରେ ଏଏସ୍‌ଆଇଙ୍କ ଉପରକୁ ହେଲା ଘନ ଘନ ଗୁଳିମାଡ। ଘଟଣାସ୍ଥଳରେ ହିଁ ଟଳି ପଡିଲେ ପୋଲିସ ଏଏସ୍‌ଆଇ। ସେହିପରି ଆଉ ଜଣେ ଆହତ ହୋଇଛନ୍ତି। ଏହି ଘଟଣା ପରେ ଅଭିଯୁକ୍ତ ଜଣକ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି। ଗୁଳି ଚଳାଇବା ପରେ ଦିଲ୍ଲୀ ପୋଲିସ ଅଧିକାରୀଙ୍କ ମୃତ୍ୟୁ ଘଟିଛି। ଆହତ ବ୍ୟକ୍ତି ଗୁଳିରେ ଆଘାତ ପାଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ସୂଚନା ଅନୁଯାୟୀ, ବ୍ୟସ୍ତ ବହୁଳ ରାସ୍ତା ଉପରେ ଦିଲ୍ଲୀ ପୋଲିସରେ କାର୍ଯ୍ୟରତ ଥିବା ଏଏସ୍‌ଆଇ ଦିନେଶ ଶର୍ମା ବାଇକ୍‌ରେ ଯାଉଥିବା ବେଳେ ତାଙ୍କ ଉପରକୁ ଗୁଳିମାଡ ହୋଇଥିଲା। ଫଳରେ ତାଙ୍କର ମୃତ୍ୟୁ ଘଟିଛି। ମଙ୍ଗଳବାର ଦିନ ପ୍ରାୟ ୧୧ଟା ୪୫ ବେଳେ ଏହି ଘଟଣା ଘଟିଛି। ସେହିପରି ଅଭିଯୁକ୍ତ ଜଣକ ସ୍କୁଟିରେ ଆସୁଥିବା ୩୦ ବର୍ଷୀୟ ଆମିତ କୁମାର ନାମକ ଜଣେ ଯୁବକଙ୍କ ଉପରକୁ ମଧ୍ୟ ଗୁଳିମାଡ କରିଥିଲେ। ଏଥିରେ ସେ ଗୁରୁତର ଥିବା ସୂଚନା ମିଳଛି।

ଅଭିଯୁକ୍ତ ଜଣକ ହେଉଛନ୍ତି ୪୪ ବର୍ଷୀୟ ମୁକେଶ କୁମାର। ଗୁଳିମାଡ ପରେ ମୁକେଶ ଏକ ଅଟୋ ରିକ୍ସା ଅଟକାଇ ସେଥିରେ ଜୋର ଜବରଦସ୍ତ ବସି ଯାଇଥିଲେ। ତେବେ ଅଟୋ ଡ୍ରାଇଭର ମୁକେଶଙ୍କୁ ଏଥିପାଇଁ ବାରଣ କରିବା ପରେ ସେ ତାଙ୍କ ଉପରକୁ ମଧ୍ୟ ଗୁଳିମାଡ କରିଥିଲେ। କିନ୍ତୁ ଡ୍ରାଇଭର ଜଣକ ଏଥିରୁ ଅଳ୍ପକେ ବର୍ତ୍ତି ଯାଇଥିଲେ। ପରେ ମୁକେଶ ନିଜକୁ ନିଜେ ଗୁଳିମାଡ କରି ଆତ୍ମହତ୍ୟା କରିଥିବା କୁହାଯାଉଛି। ଘଟଣାରେ ଅଟୋରୁ ଯାତ୍ରୀ ୭.୬୫ ଏମଏମ୍‌ର ଏକ ବନ୍ଧୁକ ଜବତ କରିଛି ପୋଲିସ। ଫ୍ଲାଏ ଓଭରରେ ତିନୋଟି ସ୍ପଟରେ ଏକାଧିକ ଜୀବନ୍ତ ଗୁଳି ଜବତ ହୋଇଛି। ଗୁଳି ବିନିମୟର କାରଣ ଅସ୍ପଷ୍ଟ ରହିଛି। ହତ୍ୟା ମାମଲା ରୁଜୁ କରି ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।

Leave A Reply

Your email address will not be published.