Latest Odisha News

BREAKING NEWS

ସମୁଦ୍ର କୂଳରୁ ଠାବ ହେଲା ନିଖୋଜ ଥିବା ବ୍ୟକ୍ତିଙ୍କ ମୃତଦେହ

ପୁରୀ: ଅସ୍ତରଙ୍ଗ ଥାନା ଅନ୍ତର୍ଗତ ଗୁଣ୍ଡଳବା ନିକଟ ସମୁଦ୍ର କୂଳରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ବ୍ୟକ୍ତି ଜଣଙ୍କ ଆଇଁସଣିଆ ଗ୍ରାମର ରାଧୁ ସ୍ୱାଇଁ ବୋଲି ଜଣାପଡ଼ିଛି। ତାଙ୍କ ଦେହରେ ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଛି।

ସୂଚନାନୁସାରେ ମୃତକ ମଙ୍ଗଳବାର ଅପରାହ୍ନରେ ଘରୁ ବାହାରି ଆସିଥିଲେ। ବିଳମ୍ବିତ ରାତି ପର୍ଯ୍ୟନ୍ତ ସେ ଘରକୁ ଫେରି ନଥିବା ବେଳେ ତାଙ୍କ ପରିବାର ସଦସ୍ୟମାନେ ତାଙ୍କୁ ଖୋଜାଖୋଜି ଆରମ୍ଭ କରିଥିଲେ। ହେଲେ ସେ ଗତକାଲିଠୁ ନିଖୋଜ ଥିଲେ। ଆଜି ସକାଳେ ସମୁଦ୍ର କୂଳରୁ ବ୍ୟକ୍ତିଙ୍କର ମୃତଦେହ ଠାବ କରାଯାଇଛି।

ବୁଧବାର ସକାଳେ ସ୍ଥାନୀୟ ଲୋକମାନେ ସମୁଦ୍ର କୂଳରେ ଜଣେ ଯୁବକଙ୍କ ମୃତଦେହ ଦେଖି ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି। ଯଦିଓ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ,କିନ୍ତୁ ସ୍ଥାନୀୟ ଲୋକ ଗଣମାଧ୍ୟମକୁ କହିଛନ୍ତି ଯେ ଶରୀରରେ କ୍ଷତ ଚିହ୍ନ ଏବଂ ଆଘାତ ଚିହ୍ନ ରହିଛି ଯାହା ହତ୍ୟାକାଣ୍ଡ ନା ଆତ୍ମତ୍ୟା ତାହା ସ୍ପଷ୍ଟ ଜଣାପଡ଼ୁନାହିଁ।

Leave A Reply

Your email address will not be published.