Latest Odisha News

BREAKING NEWS

କୋର୍ଟର ବିନା ଅନୁମତିରେ ବିଦେଶ ଯାତ୍ରା କରିପାରିବେନି ଜ୍ୟାକଲିନ

ମୁମ୍ବାଇ: କୋର୍ଟର ବିନା ଅନୁମତିରେ ବିଦେଶ ଯାତ୍ରା କରିପାରିବେନି ବଲିଉନ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ । ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡିତ ୨୦୦ କୋଟି ଟଙ୍କା ମନି ଲଣ୍ଡରିଂ ମାମଲାରେ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ କୋର୍ଟଏହି ରାୟ ଦେଇଛନ୍ତିି । ପଟିଆଲା ହାଉସ କୋର୍ଟ ଜ୍ୟାକଲିନଙ୍କ ଜାମିନ ସର୍ତ୍ତରେ ସଂଶୋଧନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଦେଶ ଛାଡିବାର ୩ ଦିନ ପୂର୍ବରୁ ତାଙ୍କୁ କୋର୍ଟ ଏବଂ ଇଡିଙ୍କୁ ଜଣାଇବାକୁ ପଡିବ ବୋଲି କୁହାଯାଇଛି ।

ଏହି ମାମଲାରେ କୋର୍ଟ କହିଛନ୍ତି ଯେ, ବାରମ୍ବାର ବିଦେଶ ଯିବା ପୂର୍ବରୁ କୌଣସି ବ୍ୟକ୍ତି ଅନୁମତି ନେବା କଷ୍ଟକର ହୋଇପଡେ । ଏପରି ପରିସ୍ଥିତିରେ ବୃତ୍ତିଗତ ବ୍ୟକ୍ତିଙ୍କ ଜୀବିକା ମଧ୍ୟ ପ୍ରଭାବିତ ହୁଏ । ଏହି କାରଣରୁ ତାଙ୍କ ଜୀବିକା ହରାଇବାର ବିପଦ ରହିଛି । ଜ୍ୟାକଲିନଙ୍କୁ ଏହି କାରଣରୁ ଛାଡି ଦିଆଯାଉଛି । କିନ୍ତୁ ତାଙ୍କୁ ବିଦେଶ ଯିବାର ତିନି ଦିନ ପୂର୍ବରୁ କୋର୍ଟ ଏବଂ ଇଡିଙ୍କୁ ଜଣାଇବାକୁ ପଡିବ ବୋଲି କୋର୍ଟ କହିଛନ୍ତି ।

Leave A Reply

Your email address will not be published.