Latest Odisha News

BREAKING NEWS

ବଢ଼ିଲା ସୁଶୀଲଙ୍କ ଅଡୁଆ, ହତ୍ୟା ମାମଲା ରୁଜୁ

ନୂଆଦିଲ୍ଲୀ: ଅଲିମ୍ପିକ ପଦକ ବିଜେତା ରେସଲର ସୁଶୀଲ କୁମାରଙ୍କ ଅଡୁଆ ବଢ଼ିଛି । ଯୁବ ପହିଲିମାନ ସାଗର ଧନଖଡ ହତ୍ୟା ମାମଲାରେ ସେ ମୁଖ୍ୟ ଅଭିଯୁକ୍ତ ସାବ୍ୟସ୍ତ ହୋଇଛନ୍ତି । ତାଙ୍କ ବିରୋଧରେ ଏବେ ହତ୍ୟା ମାମଲା ରୁଜୁ କରାଯାଇଛି । ସୁଶୀଲଙ୍କ ସମେତ ଅନ୍ୟ ୨୦ଜଣଙ୍କ ବିରୋଧରେ ହତ୍ୟା, ହତ୍ୟା ଉଦ୍ୟମ, ଦଙ୍ଗା ସମେତ ଅନେକଗୁଡିଏ ମାମଲା ରୁଜୁ କରାଯାଇଛି । ୨୩ ବର୍ଷୀୟ ସାଗରଙ୍କୁ ସୁଶୀଲ ଏବଂ ଅନ୍ୟ ପହିଲିମାନମାନେ ଅପହରଣ କରି ନେଇଥିଲେ । ଏହା ପରେ ୪ ମେ ୨୦୨୧ରେ ଛତ୍ରସାଲ ଷ୍ଟାଡିୟମରେ ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ । ଗୁରୁତର ଆହତ ସାଗର ଏହା ପରେ ଡାକ୍ତରଖାନାରେ ମୃତ୍ୟୁବରଣ କରିଥିଲେ ।

ଏହି ଘଟଣାରେ ପୋଲିସ ସୁଶୀଲଙ୍କୁ ଗିରଫ କରିଥିଲା । ତେବେ ଏଥିରେ ସାମିଲ ଥିବା ଆଉ ୨ ଅପରାଧୀ ଏବେ ଫେରାର ଅଛନ୍ତି । ପୋଲିସ ସେମାନଙ୍କୁ ଖୋଜୁଛି । ସମସ୍ତ ପ୍ରମାଣ ଏବଂ ପାରିପାଶ୍ୱର୍ୀକ ସ୍ଥିତି ସୁଶୀଲ ଏବଂ ତାଙ୍କ ସାଥୀମାନଙ୍କ ବିରୋଧରେ ଯିବାରୁ ଶେଷରେ ହତ୍ୟା ମାମଲା ରୁଜୁ କରାଯାଇଛି ।

Leave A Reply

Your email address will not be published.