Latest Odisha News

BREAKING NEWS

ଦିଲ୍ଲୀ-ଡେରାଡୁନ୍‌ ବନ୍ଦେ ଭାରତ ଏକ୍ସପ୍ରେସ ଉପରେ ଟେକାମାଡ଼

ନୂଆଦିଲ୍ଲୀ: ପୁଣି ଥରେ ବନ୍ଦେ ଭାରତ ଏକ୍ସପ୍ରେସ ଉପରେ ଟେକାମାଡ଼। ରିବାବର ରାତିରେ ଦିଲ୍ଲୀରୁ ଡେରାଡୁନ୍ ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସରେ ପଥରମାଡ଼ ହୋଇଛି। ମେରଠ-ମୁଜାଫରନଗର ରେଳ ଟ୍ରାକର ନାରା ଜଡୋଦା ରେଳ ଷ୍ଟେସନ ଦେଇ ଯାଉଥିବାବେଳେ ଟ୍ରେନ ଉପରକୁ ଟେକାମାଡ଼ ହୋଇଛି। ଟେକାମାଡ଼ ସମୟ‌ରେ କେହି ଆହତ ହୋଇନାହାନ୍ତି। ଟ୍ରେନରେ କିଛି ଯାତ୍ରୀ ଏହାର ଏକ ଭିଡିଓ କରିଥିଲେ।

BjdElectrycity

ରେଳବାଇ କହିଛି, ଦିଲ୍ଲୀ-ଡେରାଡୁନ୍‌ ରୁଟ୍‌ ଅନ୍ତର୍ଗତ ମୁଜାଫରନଗର ଷ୍ଟେସନ୍‌ ନିକଟରେ ବନ୍ଦେ ଭାରତ ଏକ୍ସପ୍ରେସ୍‌ର ‘ଇ-୧’ କୋଚ୍ ଉପରେ ଟେକାମାଡ଼ ହୋଇଥିବା ଖବର ମିଳିଛି। ରେଳବାଇ ଅଧିକାରୀମାନଙ୍କ କହିବା ଅନୁସାରେ, ଟେକାମାଡ଼ରେ ‘ସି-କୋଚ୍‌’ର ସିଟ୍‌ ନମ୍ବର ୬୩ ଓ ୬୪ର ଝରକା କାଚ ଭାଙ୍ଗିଯାଇଥିଲା। ଦିଲ୍ଲୀ ମଣ୍ଡରର ଆରପିଏଫ ଟିମ୍ ଅଭିଯୁକ୍ତକୁ ଧରିବା ପାଇଁ କାର୍ଯ୍ୟ କରୁଛି।

ମେ ୨୯ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡେରାଡୁନରୁ ଦିଲ୍ଲୀର ଆନନ୍ଦ ବିହାର ଷ୍ଟେସନ ପର୍ଯ୍ୟନ୍ତ ଚାଲୁଥିବା ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନକୁ ଭର୍ଚୁଆଲି ସବୁଜ ପତାକା ଦେଖାଇଥିଲେ। ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନିଜେ ଟ୍ରେନରେ ଡେରାଡୁନ ପହଞ୍ଚିଥିଲେ। ଉଲ୍ଲେଖଯୋଗ୍ୟ, ବନ୍ଦେ ଭାରତ ଏକ୍ସପ୍ରେସ ଉପରେ ଆକ୍ରମଣ କରାଯିବାରେ ଏହା ପ୍ରଥମ ଘଟଣା ନୁହେଁ। ବିଭିନ୍ନ ରାଜ୍ୟରେ ଏହି ଟ୍ରେନ୍‌ ଚଳାଚଳ ଆରମ୍ଭ କରିବା ଦିନରୁ ଟେକାମାଡ଼ ଘଟଣା ଘଟିଆସୁଛି। ଗତ ଛଅ ମାସ ମଧ୍ୟରେ କେରଳ, ପଶ୍ଚିମବଙ୍ଗ, ଛତିଶଗଡ଼, ତାମିଲନାଡୁ ଓ କର୍ଣ୍ଣାଟକରେ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଉପରେ ଟେକାମାଡ଼ ହୋଇଥିବା ରିପୋର୍ଟ କରାଯାଇଛି।

Leave A Reply

Your email address will not be published.