Latest Odisha News

BREAKING NEWS

ବାରରେ ଲାଗିଗଲା ନିଆଁ: ଫସି ରହିଥିଲେ ୪

ଭୁବନେଶ୍ୱର:ରାଜଧାନୀରେ ଭୟଙ୍କର ଅଗ୍ନିକାଣ୍ଡ । ଭୁବନେଶ୍ୱର ସହିଦନଗର ଅଞ୍ଚଳରେ ଥିବା ଭବାନୀ ମଲ୍ ନିକଟ ଏକ ବାର୍‌ରେ ଆଜି ଅପରାହ୍ଣରେ ନିଆଁ ଲାଗି ଯାଇଥିଲା । ଫଳରେ ଚାରିଆଡ  ଧୂଆଁମୟ ହୋଇ ଯାଇଥିଲା । ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ କରୁଛନ୍ତି। ତେବେ ଏହି ଘଟଣାରେ କେହି ମୃତାହତ ହୋଇ ନାହାନ୍ତି ।

ମିଳିଥିବା ସୂଚନା ଅନୁସାରେ, ଏହି ବାର ଭିତରେ ହଠାତ୍ ନିଆଁ ଲାଗି ଯାଇଥିଲା । ଏହି ନିଆଁରେ  ୪ ଜଣ ଫସି ରହିଥିବା ଅନୁମାନ କରାଯାଉଛି । ସେମାନଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ  କରୁଥିଲେ । ତେବେ ଧୂଆ୍ଁ ଯୋଗୁ ଉଦ୍ଧାର କରିବାରେ ସମସ୍ୟା ଦେଖା ଦେଇଥିଲା । ୪ର୍ଥ ମହଲାର ପଛପଟେ ସିଡି ପକାଇ ଫସି ରହିଥିବା ୪ ଜଣଙ୍କୁ  ବହୁ କଷ୍ଟରେ ସେମାନଙ୍କୁ ଉଦ୍ଧାର କରାଯାଇଛି ।  ସର୍ଟ ସର୍କିଟରୁ ବାର୍‌ରେ ନିଆଁ ଲାଗିଥିବା ଜଣାପଡ଼ିଛି।

 

Leave A Reply

Your email address will not be published.