Latest Odisha News

BREAKING NEWS

ଭୋଟର୍ସଙ୍କ ଲାଗି ସ୍ପାଇସଜେଟରେ ମାଗଣା ବିମାନ ଯାତ୍ରା

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନକୁ ଆଉ କିଛି ଦିନ ବାକି । ଏମିତିରେ ଯେଉଁ ଲୋକମାନେ ଦିଲ୍ଲୀ ବାହାରେ ରହୁଛନ୍ତି, ସେମାନଙ୍କୁ ଭୋଟ୍ ଦେବାରେ ଅସୁବିଧା ହେବ । ଲୋକଙ୍କ ଏହି ଅସୁବିଧାକୁ ସୁବିଧାରେ ପରିଣତ କରିଛି ସ୍ପାଇସଜେଟ୍ ବିମାନ ।

ଦିଲ୍ଲୀ ବାହାରେ ରହୁଥିବା ଲୋକଙ୍କ ପାଇଁ ସ୍ପାଇସଜେଟ୍ ଏକ ନୂଆ ଯୋଜନା ନେଇକି ଆସୁଛି । ସେହି ଯୋଜନାର ନାଁ ହେଉଛି ‘ସ୍ପାଇସଡେମୋକ୍ରେସି’ ଅଭିଯାନ ।

ଏହି ଅଭିଯାନରେ ମତଦାତାଙ୍କ ବିମାନ ଭଡା କମ୍ପାନୀ ନିଜେ ବହନ କରିବ । ଏହି ଯୋଜନା ଅଧିନରେ ଫେବୃୟାରୀ ୮ରେ ଟିକେଟ୍ ମାଗଣା ରହିବ ।

କମ୍ପାନୀର କହିବାନୁସାରେ, ଭୋଟର୍ସ କେବଳ ୮ ତାରିଖରେ ହିଁ ମାଗଣା ବିମାନ ଯାତ୍ରା କରିପାରିବେ, ଅନ୍ୟ କୌଣସି ଦିନ ନୁହେଁ।

ଭୋଟରଙ୍କୁ ଏହି ଯୋଜନାର ଲାଭ ଉଠାଇବାକୁ ହେଲେ କମ୍ପାନୀର ୱେବସାଇଟରେ ପ୍ରଥମେ ରେଜିଷ୍ଟ୍ରେସନ କରିବାକୁ ହେବ । ଏହା ବ୍ୟତୀତ ରେଜିଷ୍ଟ୍ରେସନ କରୁଥିବା ବ୍ୟକ୍ତି ସୋସିଆଲ ମିଡିଆରେ ଅନ୍ୟ ଲୋକଙ୍କୁ ମତଦାନ କରିବା ପାଇଁ ପ୍ରେରିତ କରିବାକୁ ପଡିବ ।

Leave A Reply

Your email address will not be published.