Latest Odisha News

BREAKING NEWS

ମନୀଷ ସିସୋଦିୟାଙ୍କୁ ମିଳିଲାନି ଆଶ୍ବସ୍ତି; ଅଗଷ୍ଟ ୧୨ରେ ପରବର୍ତ୍ତୀ ଶୁଣାଣି

ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ନେତା ମନୀଷ ସିସୋଦିୟାଙ୍କୁ ପୁଣି ଥରେ ସୁପ୍ରିମକୋର୍ଟଙ୍କ ଠାରୁ ଝଟକା ମିଳିଛି । ଦିଲ୍ଲୀ ମଦ ଦୁର୍ନୀତିରେ ସମ୍ପୃକ୍ତ ଥିବା ଅର୍ଥ ହେରଫେର ମାମଲାରେ ଆପ୍ ନେତାଙ୍କ ଜାମିନ ଆବେଦନ ଶୁଣାଣିକୁ ସୁପ୍ରିମକୋର୍ଟ ଆଉ ଏକ ସପ୍ତାହ ବୃଦ୍ଧି କରିଛନ୍ତି । ସର୍ବୋଚ୍ଚ ନ୍ୟାୟାଳୟ ଅଗଷ୍ଟ ୧୨ ତାରିଖ ରେ ଏହି ମାମଲାର ଶୁଣାଣି କରିବେ ।

ଜଷ୍ଟିସ ବିଆର ଗବାଇଙ୍କ ନେତୃତ୍ୱରେ ଏକ ବେଞ୍ଚ ଏହି ମାମଲାର ଶୁଣାଣି କରିଛି । ସିସୋଦିଆଙ୍କ ଓକିଲ ଅଭିଷେକ ମନୁ ସିଂଭି ତାଙ୍କ ନିୟମିତ ଜାମିନ ଉପରେ ନିଷ୍ପତ୍ତି ନ ନେବା ପର୍ଯ୍ୟନ୍ତ ତାଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିବାକୁ କୋର୍ଟଙ୍କୁ ଅନୁରୋଧ କରିଛନ୍ତି । ଏଥି ସହିତ, ଇଡି ପକ୍ଷରୁ ହାଜର ହୋଇଥିବା ଏଏସଜି ଏସଭି ରାଜୁ ଯୁକ୍ତି କରିଛନ୍ତି ଯେ ଇଡି ମାମଲାରେ ତାଙ୍କ ଆବେଦନ ଶୁଣାଣି କରାଯିବାର ଯୋଗ୍ୟ ନୁହଁ । ଗୋଆ ନିର୍ବାଚନ ପାଇଁ ଆପ୍ ନେତା ଲାଞ୍ଚ ମାଗିଥିଲେ । ଏନେଇ ଆମ ପାଖରେ ଡିଜିଟାଲ୍ ପ୍ରମାଣ ଅଛି ।

ମନୀଷ ସିସୋଦିଆଙ୍କ ଓକିଲ ଅଭିଷେକ ମନୁ ସିଂଭି କହିଛନ୍ତି ଯେ, ଇଡି ଏହି ମାମଲାରେ ଶୁଣାଣି ବିଳମ୍ବ କରୁଛନ୍ତି । ଏହି ମାମଲାକୁ ବଢାଇବାକୁ ଏକ ପ୍ରୟାସ ଚାଲିଛି । ଯେହେତୁ ଏହି ମାମଲାର ଶୁଣାଣି ଏପର୍ଯ୍ୟନ୍ତ ନିମ୍ନ ଅଦାଲତରେ ଆରମ୍ଭ ହୋଇନାହିଁ । ସିଂହଭି ଦଲିଲ ଦେବା ସହ କହିଛନ୍ତି ଯେ ମୋର ୯୦ ପ୍ରତିଶତ ଆବେଦନ ଗ୍ରହଣ କରାଯାଇଛି । ମୁଁ ଡକ୍ୟୁମେଣ୍ଟ ମାଗି ଶୁଣାଣିରେ ବିଳମ୍ବ କରୁଛି କି? ପ୍ରକୃତରେ ବିଳମ୍ବ ପଛର ​​କାରଣହେଉଛି ମୋତେ ପ୍ରଥମରୁ ଡକ୍ୟୁମେଣ୍ଟ ଦିଆଯାଇନଥିଲା ।

Comments are closed.