Latest Odisha News

BREAKING NEWS

ସୁସ୍ଥ ହେବାପରେ କାର୍ଯ୍ୟରେ ଯୋଗ ଦେବେ ଦିଲ୍ଲୀ ସ୍ୱାସ୍ଥ୍ୟ ମନ୍ତ୍ରୀ

ନୂଆଦିଲ୍ଲୀ: କରୋନା ଭାଇରସରେ ସଂକ୍ରମିତ ହୋଇ ମେଡିକାଲରେ ଚିକିତ୍ସାରତ ଦିଲ୍ଲୀ ସ୍ୱାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଆରୋଗ୍ୟ ଲାଭ କରିଛନ୍ତି । ସୁସ୍ଥ ହେବା ପରେ ସେ ସୋମବାର ଦିନ କାର୍ଯ୍ୟରେ ଯୋଗ ଦେବେ ବୋଲି ସୂଚନା ମିଳିଛି ।

ଦକ୍ଷିଣ ଦିଲ୍ଲୀ ସ୍ଥିତ ମେକ୍ସ ହସ୍ପିଟାଲରେ ପ୍ଲାଜମା ଥେରାପି ପରେ ସେ ଧିରେ ଧିରେ ସୁସ୍ଥ ହୋଇଥିଲେ । ତାଙ୍କ ଅନୁପସ୍ଥିତିରେ ଉପ ମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ତୁଲାଉଥିଲେ ।

ସ୍ୱାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର କାର୍ଯ୍ୟରେ ଯୋଗ ଦେବେ ବୋଲି ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ।

ସେ ଟ୍ୱିଟରେ ଉଲ୍ଲେଖ କରିଛନ୍ତି ଯେ, ଆମ ସ୍ୱାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଏବେ ସୁସ୍ଥ ହୋଇଛନ୍ତି । ସେ ଆଜି କାମରେ ଯୋଗ ଦେବେ । ସେ ସବୁବେଳେ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରିବା ଲାଗି ସ୍ୱାସ୍ଥ୍ୟ କର୍ମୀଙ୍କ ସହ ଆଲୋଚନା କରୁଥିଲେ । ଯାହା ଫଳରେ ସେ ବି କରୋନାରେ ଆକ୍ରାନ୍ତ ହୋଇ ପଡିଥିଲେ । ଏକ ମାସ ପରେ ସେ କାମରେ ଯୋଗ ଦେଉଛନ୍ତି । ଆପଣଙ୍କୁ ସ୍ୱାଗତ ଜଣାଉଛୁ” ।

Leave A Reply

Your email address will not be published.